Latest Odisha News

ସାପ କାମୁଡ଼ାରେ ଭାଇ ଓ ଭଉଣୀ ମୃତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଏକ ଗ୍ରାମରେ ଶୁକ୍ରବାର ରାତିରେ ବିଷାକ୍ତ ସାପ କାମୁଡାରେ ତିନି ବର୍ଷର ଝିଅ ଓ ତା’ର ୧୧ ବର୍ଷୀୟ ଭାଇର ମୃତ୍ୟୁ ଘଟିଛି।

ମୃତ ଭାଇ ଓ ଭଉଣୀ ଭୁମିକା ଏବଂ ଅଭିଷେକ ବୋଲି ଜଣାପଡିଛି। ସେମାନେ ଆଳି ନିକଟ ଗୋବିନ୍ଦପୁର ଗାଁର ଅରୁଣ କୁମାର ଦାସଙ୍କ ସନ୍ତାନ।

ସୂଚନାନୁସାରେ, ମା’ ପାଖରେ ଶୋଇଥିବା ବେଳେ ପିଲାମାନଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ସେମାନଙ୍କ ଚିତ୍କାର ଶୁଣି ପରିବାର ସଦସ୍ୟ ଉଠିଲା ବେଳକୁ ଘରେ ସାପକୁ ଦେଖିଥିଲେ।

ତେବେ ପିଲାମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ସେଠାରୁ କଟକ ବଡ଼ ମେଡ଼ିକାଲ ନିଆଯାଇଥିଲା ବେଳେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ।

Comments are closed.