Latest Odisha News

BREAKING NEWS

ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ

ଭୁବନେଶ୍ୱର: ପୂର୍ବତନ ଭାରତୀୟ ବନ ସେବା ଅଧିକାରୀ (ଆଇଏଫଏସ) ଅଭୟ କାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ ହୋଇଛି। ପୂର୍ବରୁ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଭାବେ କାର୍ଯ୍ୟ କରିଥିବା ପାଠକଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ଅଂଶବିଶେଷ ସ୍ୱରୂପ ଜାନୁଆରୀରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨୦୦୨ର ମନି ଲଣ୍ଡରିଂ ନିରୋଧ ଆଇନ (ପିଏମ୍ଏଲ୍ଏ) ଅନୁଯାୟୀ ସମ୍ପତ୍ତି ଆଟାଚ ହୋଇଛି।

ପାଖାପାଖି ୯.୩୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଠକ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିବା ପରେ ଇଡି ତଦନ୍ତ ଆରମ୍ଭ କରିଥିଲା। ଚଢ଼ଉ ବେଳେ ଇଡି ପ୍ରାୟ ୭୫ ଲକ୍ଷ ଟଙ୍କା ମୂଲ୍ୟର ବିଏମଡବ୍ଲ୍ଯ କାର ଜବତ କରିଛି।

୧୯୮୭ ବ୍ୟାଚର ଏହି ପୂର୍ବତନ ଆଇଏଫଏସ ଅଧିକାରୀ ବନ ବିଭାଗରେ ଯୋଜନା, କାର୍ଯ୍ୟକ୍ରମ ଓ ବନୀକରଣ ଦାୟିତ୍ୱରେ ଥିଲେ ପରେ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପଦବୀରେ ଅବସ୍ଥାପିତ ଥିଲେ।

ପାଠକଙ୍କ ପୁଅ ବିରୋଧରେ ପୁଲିସ ଅନେକ ଏତଲା ଓ ଚାର୍ଜସିଟ୍କୁ ମଧ୍ୟ ଇଡି ଯାଞ୍ଚ କରିଛି। ଆକାଶ କୁମାର ପାଠକ ଟାଟା ମୋଟର୍ସରେ ଚାକିରି ପ୍ରତିଶ୍ରୁତି ସହ ଜଡ଼ିତ ଠକେଇ କାର୍ଯ୍ୟକଳାପରେ ତାଙ୍କର ସମ୍ପୃକ୍ତିକୁ ପଦାରେ ପକାଇଥିଲା।

ଉଭୟ ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ୨୦୨୦ରେ ନଭେମ୍ବର ୨୭ ତାରିଖରେ ଗିରଫ କରାଯାଇଥିଲା। ୨୦ କୋଟି ଟଙ୍କାରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ପ୍ରମାଣକୁ ଆଧାର କରି ଏହି ମାମଲା ରୁଜୁ ହୋଇଥିଲା। ରାଜ୍ୟ ସରକାର ଅଭୟ କାନ୍ତ ପାଠକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।

Leave A Reply

Your email address will not be published.