ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ବିଧାୟକ ଭରତ ପାଇକ ବୁଧବାର ଦିନ ଗଜପତି ଜିଲ୍ଲା ସ୍ଥିତ ତାଙ୍କ ବାସଭବନରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା ।
ପେଷାରେ ଜଣେ ଓକିଲ ଭାବେ କାର୍ଯ୍ୟ କରୁଥିବା ଭରତ ୨୦୦୪ ନିର୍ବାଚନରେ ରାମଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି (ବିଜେପି)ରୁ ନିର୍ବାଚନ ଲଢ଼ି ବିଧାୟକ ଭାବେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ସେ ପାରଳାଖେମୁଣ୍ଡିରେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାପତି ମଧ୍ୟ ଥିଲେ।
Comments are closed.