Latest Odisha News

BREAKING NEWS

ଲକ୍‌ଡାଉନ୍ ରହିବ ନା ହଟିବ ? ଚିନ୍ତାରେ ସରକାର !

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ୍ ୧୪ ତାରିଖରେ ସରିଯାଉଛି ଲକ୍‌ଡାଉନର ସମୟସୀମା । ତେବେ ଏହି ଲକ୍‌ଡାଉନର ଅବଧିକୁ ସରକାର ଆଉ କିଛି ଦିନ ବୃଦ୍ଧି କରିବେ ନା ଅନ୍ତ ଘଟିବ ଏହି ଲକ୍‌ଡାଉନ୍ ? ଏହାକୁ ନେଇ ଚିନ୍ତାରେ ରହିଛନ୍ତି କେନ୍ଦ୍ର ସରକାର ।

ସମ୍ପ୍ରତି ଲକ୍‌ଡାଉନ୍ ଯୋଗୁଁ ସାରା ଦେଶରେ ଏକପ୍ରକାର ଅଚଳାବସ୍ଥା ଜାରି ହୋଇଛି । ସାଧାରଣ ଜୀବନ ଯାତ୍ରା ବ୍ୟାହତ ହେବା ସହିତ ଅର୍ଥନୀତି ଉପରେ ଏହାର କୁପ୍ରଭାବ ଗମ୍ଭୀର ଭାବେ ପଡ଼ିଛି । ସେମିତି ଦେଖିବାକୁ ଗଲେ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଲକ୍‌ଡାଉନର ଅବଧି ବୃଦ୍ଧି କରିବା ନେଇ ଆଲୋଚନା କରିସାରିଛନ୍ତି ।

ଅଧିକାଂଶ ରାଜ୍ୟ ଲକ୍‌ଡ଼ାଉନ୍ ଅବଧି ବୃଦ୍ଧି କରିବା ସପକ୍ଷରେ ରହିଥିବା ବେଳେ ଲକ୍‌ଡାଉନ୍ ଯୋଗୁଁ ଦେଶରେ ନାହିଁ ନଥିବା ଅସୁବିଧା ଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି କେନ୍ଦ୍ର ସରକାର । ଯାହା ଅନୁମାନ କରାଯାଉଥିଲା ଯେ, ଗତକାଲି କେନ୍ଦ୍ର ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବା ପରେ କିଛି ଏନେଇ ନିଷ୍କର୍ଶ ବାହାରିବ । ମାତ୍ର ଏନେଇ ଗତକାଲି କେନ୍ଦ୍ର ସରକାର କିଛି ଘୋଷଣା କରିନାହାନ୍ତି ।

ଏମିତି ବି ହୋଇପାରେ ଲକ୍‌ଡାଉନ୍ ସାରା ଦେଶରେ ନ ହଟାଇ ଯେଉଁ ସ୍ଥାନଗୁଡ଼ିକ କରୋନା ହଟ୍ ସ୍ପଟ୍ ବିବେଚିତ ହୋଇଛି ସେହି ସ୍ଥାନ ଗୁଡ଼ିକ ସିଲ୍ ହେବ କିମ୍ବା ଲକ୍ ଡାଉନ ସେହି ସ୍ଥାନରେ ବଳବତ୍ତର ରହିବ । ଏପରି ହୋଇପାରେ କିଛି କରୋନା ଭୂତାଣୁ ସଂକ୍ରମିତ ସ୍ଥାନ ଗୁଡ଼ିକରେ ୧୪୪ ଧାରା ଜାରି କରାଯାଇପାରେ । କିମ୍ବା ଲକ୍ ଡ଼ାଉନକୁ ହଟାଯାଇ କିଛିଦିନ ୧୪୪ ଧାରା ଜାରି କରାଯାଇପାରେ ।

ଇତିମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲକ୍‌ଡାଉନକୁ ଆଉ କିଛି ସପ୍ତାହ ବଢାଇଦିଆଯାଉ । ସବୁଠାରୁ ବଡ଼ କଥା ହେଲା ଲକ୍‌ଡାଉନ ହେଲେ କରୋନା ଭୂତାଣୁ ସାମାଜିକ ସ୍ତରରେ ସଂକ୍ରମିତ ହୋଇପାରିବ ନାହିଁ । ରୋକ ଲାଗିବ ସଂକ୍ରମିତ ହେବାରେ । ଏବେ ଲକ୍‌ଡ଼ାଉନ ପ୍ରଭାବରେ ଭୂତାଣୁ ସଂକ୍ରମଣ ହେବାରେ ନିୟନ୍ତ୍ରଣ ଘଟିଛି । ଏହାକୁ ଦୃଷ୍ଟିରେ ରଖି ସରକାର ୧୪ ତାରିଖ କେନ୍ଦ୍ର ସରକାର ଲକ୍ ଡାଉନକୁ ଆଉ କିଛି ଦିନ ବଢାଇ ପାରନ୍ତି ।

ସେହିପରି ଭାବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲକ୍‌ଡାଉନ ଆଉ କିଛି ଦିନ ବଳବତ୍ତର ରହିବାକୁ ଅନୁରୋଧ କରିଛନ୍ତି । ଜୀବନ ରହିବାଟାକୁ ସେ ଗୁରୁତ୍ୱ ଦେଇଛନ୍ତି । ଲକ୍ ଡାଉନ ଯୋଗୁଁ ରୋଗ ସଂକ୍ରମଣ ହେବାକୁ ରୋକି ପାରିବ । ଅନେକ ଲୋକଙ୍କ ଜୀବନ ବଞ୍ଚିଯାଇପାରିବ । ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିଲେ ବି ପୁନଃ ପ୍ରଚେଷ୍ଟା କଲେ ଆମେ ଅର୍ଥନୀତିରେ ସୁଧାର ଆଣିପାରିବା ଏବଂ ଅର୍ଥନୀତି ଦିନେ ସ୍ୱାଭାବିକ ଅବସ୍ଥାକୁ ଆଣିପାରିବ । ଲକ୍‌ଡାଉନ ହଟିଗଲେ କରୋନା ଭୂତାଣୁ ସଂକ୍ରମଣ ହେବାର ଭୟ ବୃଦ୍ଧି ପାଇବ ଏବଂ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି ।

କେନ୍ଦ୍ରସରକାର ଆସନ୍ତା ୧୪ ତାରିଖ ପରେ ହିଁ ଏନେଇ ଯାହା ଘୋଷଣା କରିବା କଥା କରିପାରନ୍ତି । ଏବେ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍ ବଳବତ୍ତର ରହିବାର ସମ୍ଭାବନା ଅଧିକ ରହିଛି ।

ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏହି ଲକ୍‌ଡାଉନ୍ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଉଦବୋଧନ ଦେଇପାରନ୍ତି । ଏପରି କରୋନା ଭୂତାଣୁ ବିରୋଧରେ ଚାଲିଥିବା ଲଢେଇ ବାବଦରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କିଛି ଘୋଷଣା କରିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.