Latest Odisha News

BREAKING NEWS

କବିତା : ଟିକେ ଶୁଣ

ଚନ୍ଦ୍ରା ମିଶ୍ର 

ଶୁଣ,
ସକାଳ ହେବାକୁ
ଆଉ ଜମା ଅଧ ଘଣ୍ଟlଏ ବାକି
ସେତିକି ମୋର ଅପେକ୍ଷା ଏଠି
ତୁମଠାରୁ ଛାୟାଚିତ୍ରଟିଏ
ପହଞ୍ଚି ଯିବ ମୋ ଫୋନରେ ?

ମୋ ମନକୁ ଥରେ
ବୁଝିବାକୁ ଚେଷ୍ଟା କର
ଅଳ୍ପ ଧାଡ଼ିଏ କଥା କୁହ ମତେ ?

ବସନ୍ତର ଅମାନିଆ ପଵନ
ମୋର ସରି ଯାଉଥିବା ବୟସ
ରାତିରେ ଦେଖୁଥିବା ସ୍ବପ୍ନ
ଆଉ ତୁମ ନୀରବି ରହିବା
କାହିଁକି କେଜାଣି
ବ୍ୟସ୍ତ କରାଏ ମତେ ଥର କୁ ଥର ?

ତୁମ ଛାୟାଚିତ୍ର ଦେଖିଦେଲେ
ମୋ ମନରେ ଆସିଯାଏ ଅନେକ ଭାବ
ସେଥିରେ ମିଶି ଥାଏ ହୋଲିର ବିଭନ୍ନ ରଙ୍ଗ
କିଛି ନୀଳ , ଗୋଲାପି ଆଉ ଚିମୁଟେ ମୋ ଭିଜା ଅନୁରାଗ

ହାଏ , ଏ ସବୁ ବେକାର
ତୁମକୁ କିଛି ଲେଖିବା ପୂର୍ବରୁ
ଚାର୍ଜ ସରିଗଲା ଫୋନ୍ରୁ
କାଗଜ ଥିଲେବି
କାଳି ଶୁଖି ଯାଇଛି ପୁରୁଣା କଲମରୁ
ବାସ୍ ଏତିକିରେ ସରିଲା ହୋଲି ଉତ୍ସବ ଏ ବର୍ଷର l

Leave A Reply

Your email address will not be published.