Latest Odisha News

BREAKING NEWS

ଘର ବିକିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କାନପୁର: ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଘରକୁ ବିକ୍ରି କରି ଦେଇଛନ୍ତି । ରାମନାଥ ତାଙ୍କର କାନପୁର କଲ୍ୟାଣପୁର ସ୍ଥତ ଘରକୁ ବିକ୍ରି କରିଛନ୍ତି । ତେବେ ରାଷ୍ଟ୍ରପତି ହେବା ପରେ ଏହି ଘରକୁ ଥରଟିଏ ମଧ୍ୟ ଆସିପାରି ନଥିଲେ ରାମନାଥ କୋବିନ୍ଦ । ଏହି ଘରକୁ ରାମନାଥ କାନପୁରର ଡାକ୍ତର ଦମ୍ପତିଙ୍କୁ ବିକ୍ରି କରିଛନ୍ତି ।

ଡାକ୍ତର ଦମ୍ପତି ଶ୍ରିତି ୱାଲା ଓ ଶରଦ କଟିୟାର ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କ ଘରକୁ କିଣି ବହୁତ ଖୁସି ଅଛନ୍ତି । ଶୁକ୍ରବାର ପାୱାର ଅଫ୍ ଆଟର୍ଣ୍ଣି ଜରିଆରେ କାନପୁରର ଘରର ରେଜିଷ୍ଟ୍ରି ହୋଇଛି । ଘରର ପାୱାର ଅଫ୍ ଆଟର୍ଣ୍ଣି ଆନନ୍ଦ କୁମାରଙ୍କ ନାମରେ ରହିଥିଲା ।

ତେବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଘରକୁ କିଣିଥିବା ଡାକ୍ତର ଶରଦ ବେଶ୍ ଖୁସି ଅଛନ୍ତି । ଏହାକୁ ରାମନାଥ କୋବିନ୍ଦଙ୍କ କୃପା କହିବା ସହ ଘର କେତେ ଟଙ୍କାରେ କିଣିଲେ ସେ ନେଇ କାହାକୁ କହୁ ନାହାଁନ୍ତି ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରିବାର ଏବେ ଦିଲ୍ଲୀର କଲ୍ୟାଣପୁର ଇନ୍ଦ୍ରାନଗରର ଦୟାନନ୍ଦ ବିହାର ସରକାରୀ ବଙ୍ଗଳାରେ ରହୁଛନ୍ତି । ରାମନାଥ କୋବିନ୍ଦ ବିହାର ରାଜ୍ୟପାଳ ଥିବାବେଳେ କାନପୁର ପୈତୃକ ଘରକୁ ଯାଉଥିଲେ । ରାଷ୍ଟ୍ରପତି ହେବା ପରେ ଯାଇ ପାରି ନଥିଲେ । ଏକ ସାମାଜିକ ସଂଗଠନକୁ ଘରକୁ ଦାନ କରି ଦେଇଥିଲେ ରାମନାଥ କୋବିନ୍ଦ ।

Comments are closed.