ଭୁବନେଶ୍ୱର : ପରଲୋକରେ ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗତକାଲି ସନ୍ଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଆଜି ଅପରାହ୍ନ ସମୟରେ ଗଞ୍ଜାମ ଦିଗପହଣ୍ଡିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ବରିଷ୍ଠ ନେତାଙ୍କ ବିୟୋଗ ପରେ ପରିବାର ଲୋକେ ତାଙ୍କ ଆଖି ଦାନ କରିଥିବା ସୂଚନା ମିଳିଛି। ବଞ୍ଚିଥିବା ବେଳେ ସୂର୍ଯ୍ୟ ଚକ୍ଷୁ ଦାନ କରିବାକୁ କହିଥିଲେ। ମୃତ୍ୟୁ ପରେ ବଡ଼ ପୁଅ ବିପ୍ଳବ ପାତ୍ରଙ୍କ ଅନୁମତି ପରେ ଭୁବନେଶ୍ୱର ପଟିଆରେ ଅବସ୍ଥିତ ଏଲ. ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ତାଙ୍କର ଆଖି ସଂଗ୍ରହ ହୋଇଛି । ବର୍ତ୍ତମାନ ଆଖିର ଲେନ୍ସ ଡାକ୍ତରଖାନାରେ ରହିବା ପରେ ପ୍ରକ୍ରିୟା ମୁତାବକ ଏହାକୁ ଅନ୍ୟକୁ ଦାନ କରାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ସୂର୍ଯ୍ୟ ପାତ୍ରଙ୍କ ମାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କର ଚକ୍ଷୁ ଦ୍ବୟକୁ ଦାନ କରାଯାଇଥିଲା ।
BREAKING NEWS
- ‘ମୁଁ ହୁଏତ ଜୀବିତ ଅବସ୍ଥାରେ ଫେରି ନପାରେ’: ଜରୁରୀକାଳୀନ ଚିକିତ୍ସା ପାଇଁ ପାକିସ୍ତାନର ଶୀର୍ଷ ବିଚାରପତିମାନଙ୍କୁ ଇମ୍ରାନ ଖାନଙ୍କ ଚିଠି
- ସୁରକ୍ଷା ବାହିନୀକୁ ବଡ଼ ସଫଳତା: CRPF ଚେକ୍ପଏଣ୍ଟ୍ ଆକ୍ରମଣକାରୀ ଦୁଇ ଆତଙ୍କବାଦୀ ନିହତ
- ‘ଛଠି ମୈୟାଁ କି ଜୟ’ ମୁମ୍ବାଇରେ ଛଟ୍ ପୂଜାରେ ଅଭିନେତ୍ରୀ ତମନ୍ନା ଭାଟିଆ
- ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ତେଲକୋଇ ଦୁଷ୍କର୍ମ ପୀଡିତା
- India made Chips Before: ୧୯୮୦ ଦଶକରେ ଚିପ୍ ତିଆରି କରୁଥିଲା ଭାରତ, ଗୋଟିଏ ଭୟଙ୍କର ନିଆଁ ଧ୍ୱଂସ କରିଦେଇଥିଲା ସ୍ୱପ୍ନ! ଜାଣନ୍ତୁ ୪୦ ବର୍ଷ ତଳର ସେହି କାହାଣୀ…
- Vijaya-Rashmika-Family-Time: ବିଜୟ ଦେବରକୋଣ୍ଡାଙ୍କ ଜାପାନ ହଲିଡେ ଡାଏରୀ
- ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଟ୍ରାଫିକ ଆଡଭାଇଜରି ଜାରି…
- ଉଦଘାଟିତ ହେଲା ୩ଟି ପର୍ଯ୍ୟଟନ ସ୍ଥଳୀରେ ‘ଇକୋ ରିଟ୍ରିଟ୍ ୨୦୨୬’
- ବ୍ୟବସାୟୀଙ୍କ ନିଖୋଜ ମାମଲାରେ ନୂଆ ଟ୍ୱିଷ୍ଟ: ମାମଲାରେ ସ୍କୁଲ ଶିକ୍ଷକଙ୍କ ସମ୍ପୃକ୍ତି ଥିବା ନେଇ ମିଳିଛି ସୁରାକ୍
- ଇରାନରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ, ବିକୁଛନ୍ତି ମିଠା!
Comments are closed.