Latest Odisha News

BREAKING NEWS

ପୂର୍ବତନ କୁଳପତି ପ୍ରଫେସର ହରିହର ଦାସଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦୟାଳୟର ପୂର୍ବତନ କୁଳପତି ପ୍ରଫେସର ହରିହର ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । କିଛି ଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପରେ ସୁସ୍ଥ ହେବାରୁ ଗତକାଲି ସେ ଘରକୁ ଫେରିଥିଲେ । ଆଜି ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଆଉ ସେହି ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସେ ରେଭେନ୍‌ସା କଲେଜରୁ ଗ୍ରାଜୁଏସନ ପାସ କରିବା ପରେ ସେ ଲକ୍ଷେ୍ମø ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ୍‌ଏ ପାସ କରିଥିଲେ । ଏହା ପରେ ସେ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର କଲେଜରେ ଅଧ୍ୟାପନା ଆରମ୍ଭ କରିଥିଲେ । ପରେ ବିଜେବି କଲେଜ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ । ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ୍ ଅବଦାନ ରହିଛି । ଏଥି ପାଇଁ ତାଙ୍କୁ ସାହିତ୍ୟା ଏକାଡେମୀ ପୁରସ୍କାର ମଧ୍ୟ ମିଳିଛି ।

ଶ୍ରୀ ଦାସଙ୍କ ପରଲୋକରେ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.