Latest Odisha News

BREAKING NEWS

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟଠାରେ ଶନିବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟ’ର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଏକ ଏକକୃତ ସ୍ୱାସ୍ଥ୍ୟ ସମ୍ମିଳନୀରେ ମଧ୍ୟ ଯୋଗଦେଇଛନ୍ତି ନବୀନ ।

ଏହି ଭିତ୍ତିପ୍ରସ୍ତର ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏବଂ କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇଥିଲେ ।

ଏଠାରେ ଶିଳାନ୍ୟାସ କରାଯାଇଥିବା ‘ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟ’ଟି ୨୦୨୦ ସୁଦ୍ଧା ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଭାବେ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.