Latest Odisha News

BREAKING NEWS

କେୟାର ହସ୍ପିଟାଲ୍ ଦ୍ୱାରା ବ୍ୟାପକ ‘ହୃଦ୍ ଓ ଫୁସଫୁସ୍ ପ୍ରତିରୋପଣ କାର୍ଯ୍ୟକ୍ରମ’ ଉଦଘାଟିତ

ଭୁବନେଶ୍ୱର: କେୟାର ହସ୍ପିଟାଲ,ଭୁବନେଶ୍ୱର ଦ୍ୱାରା ଓଡିଶାର ପ୍ରଥମ ପରିବ୍ୟାପ୍ତ ‘ହୃଦ୍ ଓ ଫୁସଫୁସ୍ ପ୍ରତିରୋପଣ’ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମଟି ବିଶ୍ୱର ଖ୍ୟାତିସମ୍ପନ୍ନ ହୃଦ୍ ଓ ଫୁସଫୁସ୍ ପ୍ରତିରୋପଣ ବିଶେଷଜ୍ଞ ଡ. କେଆର୍ ବାଲକ୍ରୀଷ୍ଣନ୍ଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଚିକିତ୍ସା ନିର୍ଦ୍ଦେଶକ ଡ. ଏମ୍.ପି ତ୍ରୀପାଠି, କେୟାର ହସ୍ପିଟାଲ ଭୁବନେଶ୍ୱରର ମିଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁରୀତ୍ କଉର୍ ସେଠୀ, ଏବଂ କେୟାର ହୋସ୍ପିଟାଲ ସିିିିଇଓ ତଥା ଏଭର୍ କେୟାର୍ ଗୃପ୍ର ସଞ୍ଚାଳନ ନିର୍ଦ୍ଦେଶକ ଡ. ରାଜୀବ ସିଙ୍ଘଲଙ୍କ ଉପସ୍ଥିତିରେ ଓଡିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସଭାକୁ ସମ୍ବୋଧିତ କରିଥିଲେ ।

ଡ. କେଆର୍ ବାଲକ୍ରୀଷ୍ଣନ୍ଙ୍କୁ ଭାରତର ପ୍ରଥମ ଏଲଭିଏଡି ଓ ଏଚଭିଏଡି ପମ୍ପ୍ ଇମ୍ପ୍ଲାଣଟସ୍ କାର୍ଯ୍ୟ ପାଇଁ ଶ୍ରେୟ ଦିଆଯାଇଛି । ସେ ୯ ବର୍ଷ ମଧ୍ୟରେ ୩୦୬ରୁ ଅଧିକ ଓ ଗତ ବର୍ଷ ୨୯ ଶିଶୁ ହୃଦ୍ ପ୍ରତିରୋପଣ ସହିତ ୧୦୨ ଟି ହୃଦ୍ ପ୍ରତ୍ୟର୍ପଣ କରିଛନ୍ତି, ଯାହାକି ବିଶ୍ୱର ତୃତୀୟ ସର୍ବାଧିକ ହୃଦ ପ୍ରତିରୋପଣ ଅଟେ ।ସେ ମଧ୍ୟ ୫୨ରୁ ଅଧିକ ଏଲଭିଏଡ ଓ ୩୦ରୁ ଅଧିକ ଫୁସଫୁସ୍ ପ୍ରତ୍ୟର୍ପଣ କରିଛନ୍ତି ।

ଡ. କେଆର୍ ବାଲକ୍ରୀଷ୍ଣନ ଓ ମିସ୍ ଚିତ୍ରାଙ୍କ ତତ୍ତ୍ୱାବଧାନରେ “ଅୟିଶ୍ୱରୀଆ ଟ୍ରଷ୍ଟ” ୧୦୦୦ ଜନ୍ମଜାତ ଶିଶୁଙ୍କ ହୃଦ୍ ଅସ୍ତ୍ରପୋଚାର କରିଥିଲା ତନ୍ମଧ୍ୟରୁ ୧୦୦ ହୃଦ୍ ପ୍ରତିରୋପଣ ଥିିଲା । ଓଡିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କେୟାର ହସ୍ପିଟାଲର “ହୃଦ୍ ଓ ଫୁସ୍ଫୁସ୍ ପ୍ରତିରୋପଣ’’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ । ଅମ୍ଭମାନଙ୍କର ପ୍ରୟାସ ହିଁ ଓଡିଶାର ନାଗରିକମାନଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବ ଏବଂ ଡ. କେଆର୍ ବାଲକ୍ରୀଷ୍ଣନଙ୍କୁ ଆମ ରାଜ୍ୟକୁ ଆମନ୍ତ୍ରୀତ କରି ଆମେ ଆନନ୍ଦିତ । ଏହି ବିଭାଗ ଓଡିଶାର ଜନସାଧାରଣଙ୍କୁ ଅତ୍ୟାଧୁନିକ ଚିକିତ୍ସା ଯୋଗାଇବା ସହିତ ଦୁର୍ଯେୟ ଓ ବିକାରଗ୍ରସ୍ତ ହୃଦ୍ ରୋଗ ବିରୁଦ୍ଧରେ ଲଢିବାକୁ ସାହସ ଦେବ । କେୟାର୍ ହୋସ୍ପିଟାଲର ଏହି ଅଙ୍ଗ ପ୍ରତିରୋପଣ ଉଦ୍ୟମକୁ ସେ ପ୍ରଶଂସା କରିଥଲେ । କେୟାର ଗୃପ୍ ଅଫ୍ ହସ୍ପିଟାଲର ହୃଦ୍ ପ୍ରତିରୋପଣ ଏବଂ ମେକାନିକିଲ ସାର୍କୁଲେଟୋରୀ ସପର୍ଟ ର ନିର୍ଦ୍ଦେଶକ ଡ. କେଆର୍ ବାଲକ୍ରୀଷ୍ଣନ କହିଥିଲେ ଯେ, କେୟାର ହସ୍ପିଟାଲ ବୃହତ ହୃଦ୍ ପ୍ରତିରୋପଣ କାର୍ଯ୍ୟକ୍ରମ ପ୍ରତିଷ୍ଠା କରିବାରେ ସଫଳ ହୋଇଛି । ଏହା ମଧ୍ୟ ମେକାନିକିଲ ସାର୍କୁଲେଟୋରୀ ସପର୍ଟ ସହିତ ଲେଫ୍ଟ ଭେଣିଟକୁଲାର ଆସିଷ୍ଟ ଡିଭାଇସେସ୍ (ଏଲଭିଏଡି), ଦୁର୍ବଳ ହୃଦ ରୋଗୀଙ୍କୁ ତୁରନ୍ତ ଉଜ୍ଜିବୀତ କରିବା ପାଇଁ ଇସିଏମଓ ଏବଂ କାର୍ଡିଆକ ଆରେଷ୍ଟ ରୋଗୀଙ୍କୁ ଉଜ୍ଜିବୀତ କରିବା ପାଇଁ ଇସିପିଆର ଭଳି ନୂତନ ପ୍ରଯୁକ୍ତିବିଦ୍ୟା ସହିତ ପରିଚିତ କରିପାରିଛି । ଆମର ଅନ୍ତର୍ନିହୀତ ଜ୍ଞାନ, ଉନ୍ନତ ପ୍ରତିଭା ଏବଂ ବହୂମୁଖି କୌଶଳ ବଳରେ ପ୍ରତ୍ୟକ ରୋଗୀଙ୍କୁ ଉଚ୍ଚମାନର ସେବା ଯୋଗାଇବା ଆମର ଲକ୍ଷ ।

ଅନ୍ୟତମ ଅତିଥି କେୟାର ହସ୍ପିଟାଲ ସିିିିଇଓ ତଥା ଏଭର୍ କେୟାର୍ ଗୃପ୍ର ସଞ୍ଚାଳନ ନିର୍ଦ୍ଦେଶକ ଡ. ରାଜୀବ ସିଙ୍ଘଲ କହିଥିଲେ ଯେ, ସ୍ୱାସ୍ଥ୍ୟ ସେବକ ହିସାବରେ ଆବଶ୍ୟକତା ଦୃଷ୍ଟିରୁ ପ୍ରତି ମୁହୂର୍ତ୍ତରେ ଓ ପ୍ରତ୍ୟକ ସ୍ଥାନରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବା ଯୋଗାଣକୁ ନିଶ୍ଚିତ କରିବା ଆମର ଲକ୍ଷ ।ଏହି ବିଭାଗ ଉଦଘାଟିତ ହେବା ଦର୍ଶାଉଛି ଯେ, ଓଡିଶାରେ ହୃଦ୍ ଏବଂ ଫୁସଫୁସ ପ୍ରତିରୋପଣ ପାଇଁ ଅତ୍ୟାଧୁନିକ ଓ ଉନ୍ନତ ଚିକିତ୍ସା ପ୍ରଣାଳୀର କେତେ ଆବଶ୍ୟକତା ରହିଛି ।  କେୟାର ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁରୀତ୍ କଉର୍ ସେଠୀ ଏଥିରେ ଯୋଗଦେଇ କହିଥିଲେ ଯେ, ଉନ୍ନତଧରଣର ଓøଷଧ ହୃଦ୍ ପ୍ରତିରୋପଣ ଅଧିକ ସୁରକ୍ଷିତ କରିବା ସହିତ ସୁଗମ କରିପାରିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ହୃଦରୋଗର ଶେଷ ସ୍ଥିତିରେ ଥିବା ରୋଗୀଙ୍କୁ ମଧ୍ୟ ଆରୋଗ୍ୟ ହୋଇଛୁ ।ଡ. ବାଲକ୍ରୀଷ୍ଣା ଏହି କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବା ସହିତ ସମଗ୍ର ଦେଶରେ ସର୍ବାଧିକ ହୃଦ ପ୍ରତିରୋପଣ କରିବାରେ ସଫଳ ହୋଇଛନ୍ତି । ମୁଁ ସ୍ଥିର ନିଶ୍ଚିତ ଯେ ଏହି ବିଭାଗ ଆମର ବହୁତ ରୋଗୀଙ୍କ ନିମନ୍ତେ ଫଳପ୍ରଦ ହେବ ଏବଂ ହୃଦ ଜନିତ ରୋଗର ନିରାକରଣ ପାଇଁ ଆଉ ବାହାର ଦେଶ କିମ୍ବା ରାଜ୍ୟ ଉପରେ ନର୍ଭର ହେବାକୁ ପଡିବ ନାହିଁ ।\nକେୟାର ହସ୍ପିଟାଲ ଭାରତର ପ୍ରମୁଖ ୫ଟି ହସ୍ପିଟାଲ ମଧ୍ୟରେ ସ୍ଥାନିତ ହୋଇଅଛି । ପ୍ରତ୍ୟକ ଭାରତୀୟଙ୍କ ପାଇଁ ଖୁବ୍ ଶୀଘ୍ର ଏଏଏ+(ଏକାଉଣେଟବୁଲ, ଆକ୍ସେସିବୁଲ ଓ ଆଫୋର୍ଡେବୁଲ ) ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ କେୟାର ହସ୍ପିଟାଲ ନିରବଚ୍ଛିନ୍ନ କାର୍ଯ୍ୟ କରୁଅଛି । ଉନ୍ନତ ଭିତ୍ତିପ୍ରସ୍ତର ଓ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଜନିତ ଅଭାବ ଯୋଗୁଁ ହୃଦ୍ ଓ ଫୁସ୍ଫୁସ୍ ପ୍ରତିରୋପଣ କରିବାରେ ଯେଉଁ ବାଧା ଉପୁଜିଛି ତାହାକୁ ସୁପର ସ୍ପେସିଆଲିଟି ପ୍ରୋଗ୍ରାମ ମାଧ୍ୟମରେ କେୟାର ହସ୍ପିଟାଲ ଦୂର କରିବାର ଲକ୍ଷ୍ୟ ରଖିଛି । \n

Leave A Reply

Your email address will not be published.