Latest Odisha News

BREAKING NEWS

ଚାରି ବନ୍ଧୁଙ୍କ ନିଆରା ଉଦ୍ୟମ “ଇମାଜିନ୍ କ୍ଲଥ୍‌ସ ବ୍ୟାଙ୍କ”

ବେଙ୍ଗାଳୁରୁ: ମହତ କଳ୍ପନା, ଅବିଶ୍ରାନ୍ତ ଚେଷ୍ଟା ଓ ୪ ବନ୍ଧୁଙ୍କ ଦୃଢ ଇକ୍ତାଶକ୍ତି ବଳରେ ଅଭାବୀ ଲୋକଙ୍କ ପାଇଁ ଖୋଲିଛି ଇମାଜିନ୍ କ୍ଲଥ୍ ବ୍ୟାଙ୍କ । ଏହି ବ୍ୟାଙ୍କରେ ଅଭାବୀ ତଥା ଗରିବ ଲୋକଙ୍କୁ କପଡା କିଣିବାକୁୁ ସୁଯୋଗ ମିଳିଥାଏ । ଯେ କେହି ବି ଏହି ବ୍ୟାଙ୍କରୁ ମାତ୍ର ୧ ଟଙ୍କା ବିନିମୟରେ ନିଜ ପାଇଁ ବସ୍ତ୍ର କିଣିପାରିବେ ।

ଚଳିବର୍ଷ ସେପ୍ଟେମ୍ବର ମାସରେ ବେଙ୍ଗାଳୁରୁର ଦୁଇଟି ବେଡରୁମ୍ ବିଶିଷ୍ଟ ଆପାର୍ଟମେଣ୍ଟରେ ଏହି କପଡା ବ୍ୟାଙ୍କ ଖୋଲାଯାଇଥିଲା । ପାଖାପାଖି ରହୁଥିବା ପ୍ରାୟ ୩୦ଟି ଆପାର୍ଟମେଣ୍ଟର ଲୋକେ ଏହି ବ୍ୟାଙ୍କକୁ ପ୍ୟାଣ୍ଟ, ସାର୍ଟ, ଶାଢି ଓ ଅନ୍ୟାନ୍ୟ ବସ୍ତ୍ର ଦାନ କରିଥାନ୍ତି । ଏହି ବ୍ୟାଙ୍କକୁ ପରିଚାଳନା କରିବା ପାଇଁ ଦୁଇଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ତେବେ ଏହି ବ୍ୟାଙ୍କରେ ଥିବା କପଡା ଗୁଡିକ ଉଭୟ ନୂଆପୁରୁଣା ମିଶ୍ରିତ ରହିଛି । କପଡାକୁ ବିକ୍ରୟ କରି ଉପାର୍ଜିତ ଅର୍ଥକୁ ଅଭାବୀ ଲୋକଙ୍କ ଶିକ୍ଷା ଓ ଅତ୍ୟାବଶକୀୟ ସେବାରେ ବିନିଯୋଗ ହୋଇଥାଏ ।

ମେଲିସା ନୋରୋନ୍‌ହା, ବିନୋଦ ଲୋବୋ, ନିତିନ କୁମାର ଓ ବିଘ୍ନେଶ ନାମକ ୪ଜଣ ବନ୍ଧୁ ଇମାଜିନ୍ ଟ୍ରଷ୍ଟକୁ ୨୦୧୩ରେ ସ୍ଥାପନ କରିଥିଲେ । କରୋନା ମହାମାରୀରେ ଗରିବ ଲୋକଙ୍କ ଶୋଚନୀୟ ଅବସ୍ଥା ଦେଖି ସେମାନେ କପଡା ବ୍ୟାଙ୍କ ଖୋଲିବାକୁ ଯୋଜନା କରିଥିଲେ । ମେଲିସାଙ୍କ କହିବା ଅନୁଯାୟୀ, ଗୋଟିଏ ଗରିବ ପରିବାର ବର୍ଷକୁ କପଡା ବାବଦକୁ ୨ହଜାର ଟଙ୍କା ବ୍ୟୟ କରିଥାଏ । ଆମେ ସେମାନଙ୍କୁ ମାତ୍ର ୧ ଟଙ୍କାରେ କପଡା ଯୋଗାଇ ତାଙ୍କୁ ସାମାନ୍ୟ ସହାୟତା ଦେବାକୁ ଚେଷ୍ଟା କରିଛୁ ।

ପୂର୍ବରୁ ବିନୋଦ ଓ ନିତିନ ୧୮ ବର୍ଷ ପୂର୍ବେ କଲେଜରେ ପଢୁଥିବା ସମୟରେ ଗରିବ ଲୋକଙ୍କୁ କପଡା ବଣ୍ଟନ କରୁଥିଲେ । ସେହି ପୁରୁଣା ଅତୀତ ହିଁ ସମସ୍ତଙ୍କୁ କପଡା ବ୍ୟାଙ୍କ ଖୋଲିବାକୁ ଅନୁପ୍ରାଣିତ କରିଥିଲା । ଆଜି ବି ଏହି କପଡା ବ୍ୟାଙ୍କରୁ ଗରିବ ଲୋକେ ମାତ୍ର ୧ ଟଙ୍କା ବିନିମୟରେ ବସ୍ତ୍ର କିଣିପାରୁଛନ୍ତି ।

Leave A Reply

Your email address will not be published.