Latest Odisha News

BREAKING NEWS

ନୀଳଗିରି ବ୍ଲୁ ଲେକ୍‌ରେ ଭାସୁଛି ୨ ଯୁବକଙ୍କ ମୃତଦେହ, ସୋମବାରଠୁ ନିଖୋଜ ଥିଲେ ଦୁଇ ସାଙ୍ଗ

ବାଲେଶ୍ବର: ସୋମବାର ଠାରୁ ନିଖୋଜ ଥିବା ଦୁଇ ଜଣ ଯୁବକଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ମିତ୍ରପୁର ନିକଟସ୍ଥ ବ୍ଲୁ ଲେକ୍‌ରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଦ୍ବୟ ହେଲେ ଭବାନୀ ଶଙ୍କର (୨୨) ଓ ମନୋରଞ୍ଜନ ମହାପାତ୍ର (୨୧) ।

ଖବର ମୁତାବକ, ନୀଳଗିରି ବ୍ଲକ୍ ଅନ୍ତର୍ଗତ କାଂଶ ପଞ୍ଚାୟତର ସନ୍ତୋଷ ରାଉତଙ୍କ ପୁଅ ଭବାନୀ ଓ ସଂଜୟ ମହାପାତ୍ରଙ୍କ ପୁଅ ମନୋରଞ୍ଜନ ସାଙ୍ଗ ହୋଇ କୁଆଡେ ଯାଇଥିଲେ ହେଲେ ଆଉ ଫେରିନରିଥିଲେ । ଘରକୁ ଫେରିବାରେ ବିଳବିମ୍ବ ହେଉଥିବାରୁ ଉଭୟ ପରିବାର ଆଖପାଖ ରେ ବହୁ ଖୋଜାଖୋଜି କରିଥିଲେ ହେଲେ କୌଣସି ସନ୍ଧାନ ନମିଳିବାରୁ ଥାନାରେ ଅଭିଯୋଗ କରିଥିଲେ ।

ତେବେ ଘଟଣାକୁ ୫ ଦିନ ବିତିଯାଇଥିବାବେଳେ, ବ୍ଲୁ ଲେକ୍‌ରେ ଆଜି ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏହା ସହ ଲେକ୍ ନିକଟରେ ରକ୍ତ ଛିଟା ଓ ଯୋତା ପଡିଥିବା ଦେଖିବାକୁ ମିଳିଛି । ପାଖରେ ବାଇକ ମଧ୍ୟ ରହିଛି ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଦୁଇଟି ମୃତଦେହ ଭବାନୀ ଓ ମନୋରଞ୍ଜନ ଙ୍କର କି ନା ତାହା ତଦନ୍ତ ପରେହିଁ ସ୍ପଷ୍ଟ ହେବ ।

Leave A Reply

Your email address will not be published.