Latest Odisha News

BREAKING NEWS

[ଭିଡ଼ିଓ] ପୁରୀ କୁମ୍ଭାରପଡ଼ା ହତ୍ୟାକାଣ୍ଡ ଘଟଣା, ୪ ଗିରଫ

ପୁରୀ : ପୁରୀ କୁମ୍ଭାରପଡ଼ା ହତ୍ୟାକାଣ୍ଡ ଘଟଣା। ଏହି ଘଟଣାରେ ଆଜି ୪ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାୟ ବାହାଦୂର ଲେନର ରାକେଶ ମହାପାତ୍ର ଓ ତାଙ୍କ ପତ୍ନୀ ନମିତା ବେହେରା । ଆଉ ଦୁଇ ଅନ୍ୟ ଅଭିଯୁକ୍ତ ହେଲେ ପୁରୀ ସଦର ଥାନା ପତିତପାବନ ନଗରର ପୂର୍ଣଚନ୍ଦ୍ର ବେହେରା, ନୟାଗଡ଼ ଫତେଗଡ଼ ର ଚିତ୍ତ ମହାରଣା ।

ମୃତକ ଜଣକ ହେଉଛନ୍ତି ବିକି ନାୟକ । ସେ ଘରୁ ବାହାରକୁ ଯାଉଥିବା ବେଳେ ରାସ୍ତା ଉପରେ ଅଭିଯୁକ୍ତ ମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ତେବେ ପୂର୍ବ ଶତ୍ରୁତାକୁ ନେଇ ଛୁରା ମାଡ କରିଥିଲେ ଅଭିଯୁକ୍ତ।

ଗୁରୁତର ଅବସ୍ଥାରେ ବିକିଙ୍କୁ ମେହଇକାଲରେ ଭର୍ତ୍ତି କରାଯାଇଥିବବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ ପୁଲିସ ତଦନ୍ତ କରି ଏହି ୪ଜଣଙ୍କୁ ଗିରଫ କରିଛି ।

ଘଟଣା ସମ୍ପର୍କରେ ଅଧିକ ଖୋଳତାଡ ଜାରି ରଖିଛି ପୁଲିସ୍ ।

Leave A Reply

Your email address will not be published.