Latest Odisha News

BREAKING NEWS

ଜେଏସଡବ୍ଲୁ ପକ୍ଷରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ପେପର ପ୍ରଦାନ

ପାରାଦୀପ: ନିଜର ସଫଳତା ଓ ପାରିପାର୍ଶିକ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଯଥେଷ୍ଟ ଆଗରେ ରହିଛି ଜେଏସଡବ୍ଲୁ କମ୍ପାନୀ । ଏହି କମ୍ପାନୀ ଶିକ୍ଷା କ୍ଷେତ୍ରରେ ସହଯୋଗର ହାତ ବଢାଇ ଜଗତସିଂହପୁର ଜିଲ୍ଲାରେ ପ୍ରଶଂସା ସାଉଁଟିଛି । ନିଜର ସାମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣାରେ ଟେଷ୍ଟ ପେପର ପ୍ରଦାନ କରିଛି ଜେଏସଡବ୍ଲୁ ।

BjdElectrycity

ଆଜି ଜେଏସଡବ୍ଲ୍ୟୁ ଗଡ଼କୁଜଙ୍ଗ ପଞ୍ଚାୟତ ଉନ୍ନୀତ ହାଇସ୍କୁଲ ଓ ନୂଆଗାଁର ବନ ବିହାରୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ଟେଷ୍ଟ ପେପର ପ୍ରଦାନ କରିଛି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହି ମିଳିଥିଲା । ତେବେ ପରୀକ୍ଷା ପୂର୍ବରୁ ଜେଏସଡବ୍ଲୁ ତରଫରୁ ଟେଷ୍ଟ ପେପର ପାଇଥିବା ଛାତ୍ରଛାତ୍ରୀମାନେ ଏହାର ଆବଶ୍ୟକତା ରହିଥିବା ପ୍ରକାଶା କରିଛନ୍ତି ।

ଅନ୍ୟପଟେ ଗଡ଼କୁଜଙ୍ଗ ହାଇସ୍କୁଲର ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ସେଠୀ ଓ ନୂଆଗାଁ ହାଇସ୍କୁଲର ପ୍ରଧାନଶିକ୍ଷକ ଅର୍ଜ୍ଜୁନ ଚରଣ ସିଂ ଜେଏସଡବ୍ଲୁ କମ୍ପାନକୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଢିଙ୍କିଆ ପଞ୍ଚାୟତର ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପାଠ୍ୟ ପୁସ୍ତକ ପ୍ରଦାନ କରାଯିବ ବୋଲି ଜେଏସଡବ୍ଲୁ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.