Latest Odisha News

BREAKING NEWS

ଆଜି ଓଡ଼ିଶାରେ ପୁଣି ୧୧ହଜାର ପାର କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଦିନେ କମିବା ପରେ ପୁଣି ବଢ଼ିଲା । ରାଜ୍ୟରେ ପୁଣି ଥରେ ୧୧ହଜାର ପାର କରିଛି ଦୈନିକ କରୋନା କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୧ହଜାର ୮୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୬୪୩୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୫୫ । ୧୮ ବର୍ଷ ଭିତରେ ଆଉ ୧୦୬୧ ଜଣ ପଜିଟିଭ୍ ବାହାରିଛନ୍ତି । ୨୪ ଜିଲ୍ଲାରେ ଶହେ ଉପରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୬୯ ସଂକ୍ରମିତ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୪୧୬, କଟକରୁ ୭୬୬, ମୟୂରଭଞ୍ଜରୁ ୩୯୩, ବାଲେଶ୍ୱରରୁ ୩୨୩, ସମ୍ୱଲପୁରରୁ ୩୦୨ ଓ ବଲାଙ୍ଗିରରୁ ବାହାରିଛନ୍ତି ଆଉ ୩୦୦ ପଜିଟିଭ୍ । ବାକି ସବୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦ରୁ ତିନି ଶହ ଭିତରେ ରହିଛି ।

କନ୍ଧମାଳ ଜିଲ୍ଲାରୁ ସବୁଠୁ କମ୍ ୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ୭୦ହଜାର ୯୯୦ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧୫.୬ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୧ଲକ୍ଷ ୫୫ହଜାର ୪୮୭କୁ ବୃଦ୍ଧି ପାଇଛି । ସୁସ୍ଥସଂଖ୍ୟା ରହିଛି ୧୦ଲକ୍ଷ ୬୬ହଜାର ୩୨ । ଆକ୍ଟିଭ୍ କେସ୍ ସଂଖ୍ୟା ୮୦ହଜାର ୯୧୪କୁ ବୃଦ୍ଧି ପାଇଛି । କିନ୍ତୁ ହସ୍ପିଟାଲରେ କମ୍ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି ।

Comments are closed, but trackbacks and pingbacks are open.