Latest Odisha News

BREAKING NEWS

ଜଗତସିଂହପୁରରେ ୪ କରୋନା ପଜିଟିଭ୍ ଚିହ୍ନଟ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସୋମବାର ଦିନ ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି ।

ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ତିର୍ତ୍ତୋଲ ବ୍ଲକ ବାସିନ୍ଦା ଏବଂ ସେମାନେ ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ସେମାନଙ୍କ ମଧ୍ୟରେ ଜଣେ କର୍ଣ୍ଣାଟକ ଏବଂ ଅନ୍ୟ ଜଣେ ମହାରାଷ୍ଟ୍ର ଫେରନ୍ତା ।

ଏହାବ୍ୟତୀତ, ଅନ୍ୟ ୨ ଜଣ ଉତ୍ତରପ୍ରଦେଶ ଫେରନ୍ତା ଏବଂ ଜଣେ ବାଲିକୁଦା ଅଞ୍ଚଳର ହୋଇଥିବା ବେଳେ ସେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଛନ୍ତି । ଅନ୍ୟ ବ୍ୟକ୍ତି ଜଣକ ହରିୟାଣାରୁ ଫେରିଛନ୍ତି । ସେ ନାଉଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି । ସେ ଏବେ ଜଗତସିଂହପୁର ଡିଏଚଏଚ ଆଇସୋଲେସନ ବ୍ୟବସ୍ଥା ମଧ୍ୟରେ ରହିଛନ୍ତି ।

Leave A Reply

Your email address will not be published.