ଭୁବନେଶ୍ୱର: ଓଡିଶା ସରକାର ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ପାହ୍ୟାକୁ ପଦୋନ୍ନତି କରିଛନ୍ତି ।
ସାଧାରଣ ପ୍ରଶାସନ ପକ୍ଷରୁ ଶନିବାର ଦିନ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ,୧୯୯୫ ବ୍ୟାଚର ଅଧିକାରୀ ରାଧା କିଶନ ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସନ୍ତୋଷ ବାଲାଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ପାହ୍ୟାକୁ ପଦୋନ୍ନତି କରାଯାଇଛି ।
ସେହି ବ୍ୟାଚର ଅନ୍ୟଜଣେ ଆଇପିଏସ୍ ଅଧିକାରୀ ରିତୁ ଅରୋଡାଙ୍କୁ ମଧ୍ୟ ଏଡିଜି ସ୍ତରକୁ ପଦୋନ୍ନତି କରାଯାଇଛି । ସେ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି ।
ଏହାବ୍ୟତିତ କେନ୍ଦ୍ରୀୟ ଡେପୁଟେସନରେ ଥିବା ନରସିଂହ ଭୋଳ, ଅମିତେନ୍ଦ୍ର ନାଥ ସିଂହ୍ନା ଓ ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ର୍ୟାଙ୍କକୁ ପଦୋନ୍ନତି କରାଯାଇଛି ।
ଆହୁରି ମଧ୍ୟ ଆଇପିଏସ୍ ଅଫିସର ଅନିରୁଦ୍ଧ କୁମାର ସିଂହ, ଅନୁପ କୁମାର ସାହୁ, ଅମିତା ଦାସ, ଅନୁପ କୃଷ୍ଣା ଓ ସୁଧା ସିଂହଙ୍କୁ ଡିଆଇଜି ର୍ୟାଙ୍କ ପ୍ରଦାନ କରାଯାଇଛି ।
Comments are closed.