Latest Odisha News

ଭୁବନେଶ୍ୱର ନିଉ ଷ୍ଟେସନରେ ୪ଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି

ଭୁବନେଶ୍ବର: ଭୁବନେଶ୍ୱର ନିଉ ଷ୍ଟେସନରେ ୪ଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି  । ଯାତ୍ରୀମାନଙ୍କ ସୁବିଧା ପାଇଁ  ଭୁବନେଶ୍ୱର ନୂତନ ଷ୍ଟେସନରେ ପର୍ଯ୍ୟାୟକ୍ରମେ ଚାରି ଯୋଡ଼ା ଟ୍ରେନର ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରୁଥିବା ଦୁଇଟି ଟ୍ରେନ୍ ଏପ୍ରିଲ ୧୦ଠାରୁ ଏଠାରେ ରହିବ । ଅନ୍ୟ ଦୁଇଟି ଟ୍ରେନ ଚଳାଚଳ ଆରମ୍ଭ କରିବା ପରେ ରହଣି କରିବ ।

କୋଭିଡ଼୧୯ ମହାମାରୀ ସମୟରେ ସମସ୍ତ ଟ୍ରେନ ସେବା ବାତିଲ କରାଯାଇଥିଲା | ତେବେ କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ପ୍ରୋଟୋକଲ୍ ଅନୁଯାୟୀ, କିଛି ଟ୍ରେନକୁ ସୀମିତ ରହଣି ସହିତ ବିଶେଷ ଟ୍ରେନ ଭାବରେ ପୁନଃ ଚଳାଚଳ କରାଗଲା। ଯାହାଦ୍ୱାରା ଯାତ୍ରୀମାନେ ସେମାନଙ୍କର ଜରୁରୀ କାର୍ଯ୍ୟ ପାଇଁ ଯାତାୟାତ କରିପାରିବେ  ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳବାଇ ବର୍ତ୍ତମାନ ପର୍ଯ୍ୟାୟକ୍ରମେ ଟ୍ରେନ ଚଳାଚଳ କରୁଅଛି । ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ବର୍ତମାନ  ବିଶେଷ ଟ୍ରେନ ଭାବେ ଚଳାଚଳ କରୁଥିବା ପୁରୀ-କଟକ-ପୁରୀ ପାସେଞ୍ଜର ଏବଂ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ପାସେଞ୍ଜର  ଟ୍ରେନ୍ ଗୁଡିକୁ ଭୁବନେଶ୍ୱର ନୂତନ ଷ୍ଟେସନରେ ଚଳିତ ମାସ ୧୦ ତାରିଖଠାରୁ ରହଣି କରିବେ ।

ପୁରୀ-କଟକ-ପୁରୀ ମେମୁ, ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ, ପାଲାସା-କଟକ-ପାଲାସା ପାସେଞ୍ଜର, ଖଡ଼ଗପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗପୁର ଫାଷ୍ଟ ପାସେଞ୍ଜର ଟ୍ରେନ୍ ଗୁଡିକ ଭୁବନେଶ୍ୱର ନୂତନ ଷ୍ଟେସନରେ ଚଳିତ ମାସ ୧୦ ତାରିଖଠାରୁ ରହଣି କରିବେ।

Comments are closed.