Latest Odisha News

BREAKING NEWS

ଫସିଗଲେ ଇମ୍ରାନ, ଦେଶଦ୍ରୋହୀ ପ୍ରମାଣିତ ହେଲେ ପାଇବେ ମୃତ୍ୟୁଦଣ୍ଡ !

ଇସଲାମାବଦ: ପାକିସ୍ତାନର କଳୁଷିତ ରାଜନୀତିରେ ପଶି ଇମ୍ରାନ ଖାଁ ନିଜ ଗୋଡରେ ନିଜେ କୁରାଢ଼ୀ ମାରିଛନ୍ତି । ସୁପ୍ରିମ କୋର୍ଟ ଇମ୍ରାନ ନିୟମ ଭାଙ୍ଗିଛନ୍ତି ବୋଲି ପରୋକ୍ଷରେ ତାଙ୍କ ଶୁଣାଣୀରେ କହିଛନ୍ତି । ଏହା ସହିତ ସ୍ପିକରଙ୍କ ନିଷ୍ପତି ଅସାମ୍ବିଧାନିକ ବୋଲି କୁହାଯାଇଛି । ଏଥିରେ ଇମ୍ରାନ ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ ପରି କଠୋର ଦଣ୍ଡ ବି ପାଇ ପାରନ୍ତି । ପାକିସ୍ତାନରେ ସମ୍ବିଧାନକୁ ବିରୋଧ କରିବାକୁ ଦେଶଦ୍ରୋହ ସହ ତୁଳନା କରାଯାଇଛି ।

ଇମ୍ରାନ ସରକାର ନ୍ୟାଶନାଲ ଆସେମ୍ବଲିରେ ବିଦେଶୀ ଷଡଯନ୍ତ୍ରର କାରଣ ଦେଖାଇଥିଲେ । ଏହାକୁ ଡେପୁଟି ସ୍ପିକର ଗ୍ରହଣ କରିବା ସହ ଅବିଶ୍ୱାସ ପ୍ରସ୍ତାବକୁ କାଟ କରିଥିଲେ । ବର୍ତମାନ ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ଇମ୍ରାନ ସମ୍ପୂର୍ଣ୍ଣ ଭାବେ ଫସି ଯାଇଛନ୍ତି । ଯଦି ସେ ଅବିଶ୍ୱାସ ପ୍ରସ୍ତାବ ହର୍ଡଲ୍ସ ପାର କରିବେ ତାହାହେଲେ କିଛି ରାସ୍ତା ବାହାରି ପାରିବ ବୋଲି ସମୀକ୍ଷକମାନେ କହିଛନ୍ତି । ତେବେ ବର୍ତମାନ ପରିସ୍ଥିତିରେ ଏହା ଅସମ୍ଭବ ପରି ଲାଗୁଛି ।

Leave A Reply

Your email address will not be published.