Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟ: ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ଦୌଡରେ ୪ ଭାରତୀୟ

ଅହମ୍ମଦାବାଦ:ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ୯ଜଣ ଖେଳାଳିଙ୍କୁ ଆଇସିସି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ପାଇଁ ଚୟନ କରିଛି । ଏହା ମଧ୍ୟରେ ଭାରତର ୪ଜଣ ଖେଳାଳି ରହିଛନ୍ତି । ଟୁର୍ଣ୍ଣାମେଂଟରେ ବର୍ତମାନ ସୁଦ୍ଧା ସର୍ବାଧିକ ରନ ସଂଗ୍ରହ କରିଥିବା ବିରାଟ କୋହଲି ଓ ସର୍ବାଧିକ ୱିକେଟ ହାସଲକାରୀ ମହମ୍ମଦ ସାମୀଙ୍କ ସମେତ ଅଧିନାୟକ ରୋହିତ ଶର୍ମା ଓ ଯଶପ୍ରୀତ ବୁମରାହଙ୍କୁ ଶର୍ଟଲିଷ୍ଟ କରାଯାଇଛି । କୋହଲି ୨ଶତକ ସହ ୧୦ ମ୍ୟାଚରେ ୭୧୧ ରନ ସଂଗ୍ରହ କରିଛନ୍ତି ।

BjdElectrycity

ସେହିପରି ରୋହିତ ଗୋଟିଏ ଶତକ ସହ ୧୦ ମ୍ୟାଚରେ ୫୫ ଆଭରେଜରେ ୫୫୦ ରନ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ ୧୨୪ ଉପରେ ରହିଛି । ମହମ୍ମଦ ସାମୀ ୬ ମ୍ୟାଚରେ ୨୩ ୱିକେଟ ହାସଲ କରି ଭାରତକୁ ଫାଇନାଲରେ ପ୍ରବେଶ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କ ପଛକୁ ବୁମରାହ ରହିଛନ୍ତି । ସେ ୧୦ ମ୍ୟାଚରେ ୧୮ ୱିକେଟ ଅକ୍ତିଆର କରିଛନ୍ତି । ଏମାନଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ, ନ୍ୟୁଜିଲାଣ୍ଡର ରଚୀନ ରବୀନ୍ଦ୍ର, ଅଷ୍ଟ୍ରେଲିଆର ଆଡାମ ଜାମ୍ପା, ଦକ୍ଷିଣ ଆଫ୍ରିକାର କ୍ୱିଂଟନ ଡିକକ ଓ ଡାରେଲ ମିଚେଲ ରହିଛନ୍ତି ।

ମ୍ୟାକ୍ସୱେଲ ଗୋଟିଏ ସ୍ମରଣୀୟ ଦ୍ୱିଶତକ ସହ ୩୯୭ ରନ ଏବଂ ୫ ୱିକେଟ ଅକ୍ତିଆର କରିଛନ୍ତି । ରଚୀନ ୧୦ ଇନିଂସରେ ୫୭୮ ରନ କରି ନ୍ୟୁଜିଲାଣ୍ଡକୁ ସେମିଫାଇନାଲରେ ପ୍ରବେଶ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଜାମ୍ପା ୧୦ ମ୍ୟାଚରେ ୨୨ ୱିକେଟ ଅକ୍ତିଆର କରି ଏବେ ଭାରତ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛନ୍ତି । ସେମିଫାଇନାରୁ ବିଦାୟ ନେଇଥିବା ଦକ୍ଷିଣ ଆଫ୍ରିକାର କ୍ୱିଂଟନ ଡିକକ ୧୦ ମ୍ୟାଚରୁ ୫୯୪ ରନ ସଂଗ୍ରହ କରିଛନ୍ତି । ଏହା ବ୍ୟତୀତ ୧୮ କ୍ୟାଚ ଓ ଗୋଟିଏ ଷ୍ଟମ୍ପିଂ କରିଛନ୍ତି । ଡାରେଲ ମିଚେଲ ୧୦ ମ୍ୟାଚରୁ ୫୫୨ ରନ ହାସଲ କରିଛନ୍ତି । ସେ ପ୍ରଥମ ଖେଳାଳି ବିଶ୍ୱକପରେ ଭାରତ ବିପକ୍ଷରେ ୨ଟି ଶତକ ଅର୍ଜନ କରିଥିଲେ ।

Leave A Reply

Your email address will not be published.