Latest Odisha News

BREAKING NEWS

ଶଙ୍ଖ ଫୁଙ୍କିଲେ କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ

ଭୁବନେଶ୍ଵର: ଶଙ୍ଖ ଫୁଙ୍କିଲେ କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ । ଆଜି ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣପର୍ବରେ ବିଜେପିର ହାତ ଛାଡି ବିଜେଡିରେ ମିଶିଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ । ଭବାନୀଙ୍କ ସହ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ମଧ୍ୟ ବିଜେଡିରେ ମିଶିଛନ୍ତି । ସମସ୍ତଙ୍କୁ ଦଳକୁ ସ୍ବାଗତ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ।

ଏହି ଅବସରରେ ଭବାନୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେପିରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ଆମ୍ଭମାନଙ୍କୁ ସର୍ବଦା ଅଣଦେଖା କରାଯାଇଛି । ବିଜେପିର କୌଣସି ନୀତି ଆଦର୍ଶ ନଥିବା ବେଳେ ସର୍ବଦା ଗୋଷ୍ଠୀ କନ୍ଦଳ ଲାଗିରହିଛି । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ ବୋଲି କହିଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ ।

ଦଳରେ ଗୋଷ୍ଠୀବାଦ ଅଧିକ ହେବାରୁ ସେ ୨୦୨୨ ଜାନୁଆରୀରେ ବିଜେପି ତ୍ୟାଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟରେ ଯେଉଁ ବିକାଶଧାରା ଚାଲିଛି ଦିନେ ଓଡ଼ିଶା ନମ୍ବର ୱାନ ହେବ ବୋଲି ସେ ଆଶା କରିଛନ୍ତି

Leave A Reply

Your email address will not be published.