ବଲାଙ୍ଗିର: ବଲାଙ୍ଗିରର ଏକ ବାହାଘର ଭୋଜିରେ ସିଲିଣ୍ଡର ଫାଟି ୪ ଆହତ ହୋଇଛନ୍ତି।
ସୂଚନାନୁସାରେ, ଏହି ଘଟଣା ଜିଲ୍ଲାର ଟିଟିଲାଗଡ଼ ସହରର ମଙ୍ଗଲମ ବିବାହ ପ୍ୟାଲେସରେ ଘଟିଛି। ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇନଥିବା ବେଳେ ରୋଷେୟା ଏବଂ ସେମାନଙ୍କ ସହାୟକମାନେ ରୋଷେଇ ଶାଳାରେ ଖାଦ୍ୟ ପ୍ରସ୍ତୁତ କରିବାରେ ଲାଗିପଡିଥିଲେ। ଏହି ସମୟରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଏଲପିଜି ସିଲିଣ୍ଡର ହଠାତ୍ ବିସ୍ଫୋରଣ କରିଥିଲା।
ବିସ୍ଫୋରଣ ଫଳରେ ସେଠାରେ ଥିବା ଚାରିଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସହରର ସବ-ଡିଭିଜନାଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଜ୍ୟ ବାହାରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ତେବେ ଏହି ଘଟଣାରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
Comments are closed.