Latest Odisha News

BREAKING NEWS

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଚତୁର୍ଥ ସନ୍ଧ୍ୟା

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଆଜି ମେଳାର ଚତୁର୍ଥ ସନ୍ଧ୍ୟାରେ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ବୟନିକାର ପରିଚାଳକ ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ ଏବଂ ସିଡାକର ସଦସ୍ୟ ସଚିବ ଶିଶିର କୁମାର ରଥ ଯୋଗ ଦେଇଥିଲେ  ।

ସ୍ଥାନୀୟ ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ଏହି ମେଳାର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ଓ ସଂସ୍କୃତି ପାଇଁ ସମର୍ପିତ ଥିଲା । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଳାକାର ଯଥା:- ଶାଶ୍ଵତ ତ୍ରିପାଠୀ, ପଙ୍କଜ ଜାଲ, ଚୁମ୍କି ପାଢୀ, ପଦ୍ମଶ୍ରୀ ଖଟେଇ, ଅଙ୍କିତ ଆଦି କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ମେଳା ପ୍ରତ୍ୟହ ଦିବା ୨.୩୦ ରୁ ରାତ୍ର ୯ .୩୦ ମିନିଟ ପର୍ଯ୍ୟନ୍ତ ଖୋଲା ରହୁଛି ।

Comments are closed.