Latest Odisha News

ରଗଡି ଜେଲରେ ଏସଟିଏଫ ଟିମ: ପାଞ୍ଚ ଦିନଆ ରିମାଣ୍ଡରେ ଗଲା ବୁଖାରୀ

ଯାଜପୁର: ଯାଜପୁର ଜିଲ୍ଲା ରଗଡି ଜେଲରେ ପହଁଚିଲା ଏସଟିଏଫ ଟିମ ।  ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀକୁ ପାଞ୍ଚ ଦିନ ପାଇଁ ନେଲା ରିମାଣ୍ଡରେ ନେଲା ଏସଟିଏଫ ।  ଧର୍ମଶାଳା ଥାନା ନେଉଳୁପୁର ସ୍ଥିତ ମିଲତନଗରରୁ ଏସଟିଏଫ ଟିମ ସନ୍ଦିଗ୍ଧ  କାଶ୍ମିରୀ ଆତଙ୍କୀ ସୟଦ ଇସାନ ବୁଖାରିକୁ ଗିରଫ କରିବା ପରେ ଘଟଣାର ତଦନ୍ତ କରି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ଜେଏମଏଫସି କୋର୍ଟରେ ହଜାର କରିଥିଲେ  । ସେଠାରେ  ବୁଖାରିର ବେଲ ଖାରଜ ହୋଇ ଯାଇଥିଲା । ଫଳରେ ତାକୁ ରଗଡି ଜେଲକୁ ପଠାଯାଇଥିଲା ।

ସେପଟେ  ସୟଦ ଇସାନ ବୁଖାରୀର ଆଇଏସଆଇ ଲିଙ୍କ ଥିବା ଏସଟିଏଫ ଟିମ ପ୍ରମାଣ ପାଇବା ପରେ ଘଟଣା ଗୁରୁତର ରୂପ ନେଇଛି ।  ଘଟଣାର ଅଧିକ ତଦନ୍ତ ପାଇଁ ଗତକାଲି ଏସଟିଏଫ ଟିମ ଯାଜପୁର ଜିଲ୍ଲା ଚଣ୍ଡିଖୋଲ କୋର୍ଟରେ ରିମାଣ୍ଡରେ ଆବେଦନ କରିଥିଲେ  । ସେପଟେ ଏସଟିଏଫ ଟିମର ଆବେଦନର ଶୁଣାଣି କରି ଚଣ୍ଡିଖୋଲ ଜେଏମସି କୋର୍ଟ ଗତକାଲି   ବୁଖାରିକୁ ୫ଦିନ ରିମାଣ୍ଡରେ ନେବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି  ।

ଏହି ଶୁଣାଣି ପରେ ଏସଟିଏଫ ଟିମ ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଗାଡ଼ିରେ ସଶସ୍ତ୍ର ପୋଲିସ ବାହିନୀ ରଗଡି ଜେଲରେ ପହଂଚି କଡା ସୁରକ୍ଷା ବଳୟରେ  ବୁଖାରିକୁ ୫ଦିନ ପାଇଁ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି । ଏସଟିଏଫ ୭ ଦିନିଆ ରିମାଣ୍ଡ ମାଗିଥିଲା । ହେଲେ କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

Leave A Reply

Your email address will not be published.