ଭୁବନେଶ୍ୱର: ପ୍ରଥିତଯଶା ଲେଖକ ଗଣେଶ୍ୱର ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବରସରେ ଶୁକ୍ରବାର ଦିନ ତାଙ୍କର ସଂଗୃହିିତ ସାହିତ୍ୟ କୃତିର ୪ର୍ଥ ସଂସ୍କରଣ ଉନ୍ମୋଚିତ ହୋଇଛି । ରାଜଧାନୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସତୀର୍ଥ’ ପକ୍ଷରୁ ୟୁନିଟ ୯ ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ଏକ ଉତ୍ସବରେ ଏହି ପୁସ୍ତକ ଲୋକାର୍ପିତ ହୋଇଛି । ଲେଖକଙ୍କ ଏହି ଅନବଦ୍ୟ ପ୍ରକାଶନକୁ ଉନ୍ମୋଚନ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର
ଅବସରପ୍ରାପ୍ତ ଫିଲୋସଫି ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମହାପାତ୍ର, ଜଣାଶୁଣା ଅନୁବାଦକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ଡଃ ହିମାଂଶୁ ଶେଖର ମହାପାତ୍ର, ଲେଖକ ଡଃ ବିରାଜ ମୋହନ ଦାସ, ପ୍ରକାଶକ ସରୋଜ ବଳ ଏବଂ ସତୀର୍ଥର ଆବାହକ ସନ୍ଦୀପ ମିଶ୍ର ।
ଲେଖକ ଗଣେଶ୍ୱର ମିଶ୍ରଙ୍କ ପୂର୍ବ ପ୍ରକାଶିତ ସୃଜନ ସମଗ୍ରରେ ଥିଲା ସଂଗୃହିତ ଉପନ୍ୟାସ, ଜୀବନୀ ସମ୍ପର୍କୀତ ଲେଖା ତଥା କ୍ଷୁଦ୍ର ଗଳ୍ପ ସମୂହ ।
ଏହି ଅବସରରେ ‘ଗଣେଶ୍ୱର ମିଶ୍ର ସ୍ମାରକୀ ବôକୃତା’ରେ ଡଃ ହିମାଂଶୁ ଶେଖର ମହାପାତ୍ର ଲେଖକଙ୍କର ଉପନ୍ୟାସ ତଥା ବିଭିନ୍ନ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ ।
କଥାକାର ବିରାଜ ମୋହନ ଦାସ ସ୍ୱାଗତ ସମ୍ଭାଷଣ କରିଥିବା ବେଳେ ସବ/ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।