Latest Odisha News

BREAKING NEWS

ଫିଫା ବିଶ୍ୱକପ : ଅଷ୍ଟ୍ରେଲିଆ ବିପକ୍ଷରେ ଫ୍ରାନ୍ସର ବୃହତ ବିଜୟ

ଦୋହା: ପୂର୍ବତନ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଚଳିତ ଫିଫା ବିଶ୍ୱକପରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଗ୍ରୁପ ଡିର ଏକ ମୁକାବିଲାରେ ଫ୍ରାନ୍ସ ୪-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଓଲିଭର ଗିରୋଡ ଦଳର ୨ଟି ଗୋଲ ସ୍କୋର କରି ଦଳର ବିଜୟରେ ଷ୍ଟାର ସାଜିଥିଲେ । ମ୍ୟାଚ ଆରମ୍ଭରେ ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । ୯ମ ମିନିଟରେ କ୍ରେଗ ଗୁଡୱିନ ଦଳ ପାଇଁ ଗୋଲ ସ୍କୋର କରିଥିଲେ । ମାତ୍ର ଏହା ପରେ ଫ୍ରାନ୍ସ ଆଉ କୌଣସି ସୁଯୋଗ ପ୍ରଦାନ କରିଥିଲା । ୨୭ତମ ମିନିଟରେ ଆଡ୍ରିଆନ ରାବିୟଟ ଗୋଲ କରି ମ୍ୟାଚକୁ ସମାନ ସ୍ଥିତିକୁ ଆଣି ଦେଇଥିଲେ ।

ଗିରୋଡ ୩୨ ଓ ୭୧ତମ ମିନିଟରେ ୨ଟି ଗୋଲ ସ୍କୋର କରିଥିଲେ । କାୟଲିଆନ ମୋବାପେ ୬୮ତମ ମିନିଟରେ ଗୋଲ ଦେଇଥିଲେ । ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସ ସମ୍ପୂର୍ଣ୍ଣ ଭାବେ ମ୍ୟାଚ ଉପରେ ପ୍ରଭାବ ବିସ୍ତାର କରିଥିଲା । ନଭେମ୍ବର ୨୬ ଓ ୩୦ରେ ଫ୍ରାନ୍ସ ଯଥାକ୍ରମେ ଡେନମାର୍କ ଓ ଟ୍ୟୁନିସିଆ ବିପକ୍ଷରେ ମ୍ୟାଚ ଖେଳିବ । ଏହି ଗ୍ରୁପରେ ଅନ୍ୟ ମୁକାବିଲାରେ ଟ୍ୟୁନିସିଆ ଓ ଡେନମାର୍କ ମ୍ୟାଚ ୦-୦ରେ ଡ୍ର ରହିଛି ।

Leave A Reply

Your email address will not be published.