Latest Odisha News

BREAKING NEWS

ଫ୍ରାନ୍ସରେ କରୋନାର ତୃତୀୟ ଲହରୀ

ପ୍ୟାରିସ୍: ବିଶ୍ୱବ୍ୟାପୀ କରୋନା ଆତଙ୍କ ଲାଗି ରହିଛି । ମଙ୍ଗଳବାର ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ୍ କାଷ୍ଟେକ୍ସ ସଂସଦରେ କହିଛନ୍ତି- ଫ୍ରାନ୍ସରେ ମହାମାରୀ କରୋନାର ତୃତୀୟ ଲହରୀ ଆରମ୍ଭ ହୋଇଛି । ୨୦୨୦ ନଭେମ୍ବର ପରେ ପ୍ରଥମଥର ପାଇଁ ବିଗତ ସପ୍ତାହେ ହେଲା ଦୈନିକ ୨୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଫ୍ରାନ୍ସ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଅନୁସାରେ ମଙ୍ଗଳବାର ସେଠାରେ କରୋନାର ୨୯ ହଜାର ୯୭ଟି ନୂଆ ମାମଲା ଚିହ୍ନଟ ହୋଇଛି । ଗତ ମଙ୍ଗଳବାର ତୁଳନାରେ ସଂକ୍ରମଣ ମାମଲା ୪.୫ ପ୍ରତିଶତ ବଢ଼ିଛି । ଫ୍ରାନ୍ସ ନୂଆ ସଂକ୍ରମଣ ଉପରେ ନଜର ରଖିଥିବା ବେଳେ କରୋନାର ଷ୍ଟ୍ରେନ୍ ଯାଞ୍ଚ କରାଯାଉଛି । ତେବେ, ଅନ୍ୟ ୟୁରୋପିଆନ୍ ଦେଶଭଳି ଫ୍ରାନ୍ସ ଟିକାକରଣରେ ଆମେରିକା ଓ ବ୍ରିଟେନ୍ ଠାରୁ ବେଶ୍ ପଛରେ ଅଛି ।

ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଟିକାକରଣରୁ ନେଇ ଆଶାବାଦୀ ଅଛନ୍ତି । ଟିକାକରଣ ନୂଆ ସଂକ୍ରମଣ ଓ ଷ୍ଟ୍ରେନକୁ ରୋକିବ । ଏପରିକି ଫ୍ରାନ୍ସକୁ ତୃତୀୟ ଥର ଲାଗି ଦେଶବ୍ୟାପୀ ଲକଡାଉନ୍ କରିବାକୁ ପଡ଼ିବ ନାହିଁ ବୋଲି ସେ ଆଶା ରଖିଛନ୍ତି । ତେବେ, ସୁରକ୍ଷା ଦୃଷ୍ଟିରୁ ଫ୍ରାନ୍ସ ଆଷ୍ଟ୍ରାଜେନକା ଭ୍ୟାକ୍ସିନ୍ ବ୍ୟବହାର ସ୍ଥଗିତ ରଖିଛି ।

Leave A Reply

Your email address will not be published.