Latest Odisha News

BREAKING NEWS

ଜନସେବା କେନ୍ଦ୍ରରେ ଠକେଇ; ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ଗିରଫ ହେଲେ ଯୁବକ

ଯାଜପୁର:ଗାଁରେ ଜନସେବା କେନ୍ଦ୍ର ଚ‌ଳାଉଥିବା ଯୁବକ ନିଜ ଗାଁ ଓ ଆଖପାଖ ଲୋକଙ୍କ ଠାରୁ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲା। ୭ ମାସର ଲୁଚକାଳି ଖେଳ ପରେ ଅଭିଯୁକ୍ତ ଟୁଲୁ ପୁଲିସ ପଞ୍ଝାରେ ପଡ଼ିଥିଲା। ଅଭିଯୁକ୍ତ ହେଲା ଯାଜପୁରଜିଲ୍ଲା କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ କରଡ଼ାଗାଡ଼ିଆ ଗାଁର ଯୁବକ ଦୀପକ କୁମାର ମହାନ୍ତ ଓରଫ୍‌ ଟୁଲୁ(୨୩) ।

ଗତ ୧୪ ତାରିଖ ରାତି ତାଳଚେର ଟାଉନ ପୁଲିସ ଦୀପକକୁ ପୁରୀରୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ଏବେ ତାଳଚେର ଜେଲ୍‌ରେ।

ଖୁବଶୀଘ୍ର ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି କାଳିଆପାଣି ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନ କହିଛନ୍ତି।

ସୂଚନାଥାଉକି, ଗ୍ରାମାଞ୍ଚଳର ୨୦ ରୁ ଅଧିକ ଗରିବ ଓ କ୍ଷୁଦ୍ର ଜମାକାରୀଙ୍କ ସବୁ ସଞ୍ଚିତ ଅର୍ଥ ଲୁଟି ନେଇଥିବା ଦୀପକ ବିରୁଦ୍ଧରେ ଗତ ଡିସେମ୍ବର ମାସ ପ୍ରଥମ ସପ୍ତାହ କାଳିଆପାଣି ଥାନାରେ ସାମୂହିକ ଅଭିଯୋଗ କରାଯାଇଥିଲା ।

Comments are closed.