Latest Odisha News

BREAKING NEWS

ମାଗଣାରେ JioHotstar ସବସ୍କ୍ରିପସନ୍ ଚାହୁଁଛନ୍ତି କି? ଜାଣନ୍ତୁ ଏହାର ସମସ୍ତ ପ୍ଲାନ୍..

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ, ଡିଜନି ପ୍ଲସ୍ ହଟଷ୍ଟାର ଏବଂ ଜିଓ ସିନେମାକୁ ମର୍ଜ କରି ଏକ ନୂତନ ପ୍ଲାଟଫର୍ମ JioHotstar (ଜିଓହଟଷ୍ଟାର୍) ଲଞ୍ଚ କରାଯାଇଛି। ଏଥିରେ ସିନେମା ଏବଂ ୱେବ୍ ସିରିଜ୍ ଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସବୁକିଛି ଷ୍ଟ୍ରିମିଂ ହେଉଛି। ଏହି ପ୍ଲାଟଫର୍ମ କିଛି ଘଣ୍ଟା ପାଇଁ ମାଗଣା ଷ୍ଟ୍ରିମିଂ ପ୍ରଦାନ କରୁଛି। କିନ୍ତୁ ଯଦି ଆପଣ ଏହାର ସବସ୍କ୍ରିପସନ୍ ମାଗଣାରେ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ ଏହାର ପଦ୍ଧତି କହିବୁ। ଏହାର ମାଗଣା ସବସ୍କ୍ରିପସନ୍ JioFiber ଯୋଜନା ସହିତ ଉପଲବ୍ଧ।

ଜିଓଫାଇବର ୯୯୯ ଟଙ୍କାର ପ୍ଲାନ୍

ଏହି ଯୋଜନାରେ, ୧୫୦Mbps ସ୍ପିଡରେ ଅସୀମିତ ଡାଟା ପ୍ରଦାନ କରାଯାଉଛି। ଏହି ଯୋଜନାରେ ଗୋଟିଏ ମାସର ବୈଧତା ସହିତ ଅସୀମିତ ଭଏସ୍ କଲିଂ ମଧ୍ୟ ପ୍ରଦାନ କରାଯାଉଛି। ଏହି ଯୋଜନା ସହିତ, Amazon Prime Lite ର ଆକ୍ସେସ୍ ଏବଂ JioHotstar ସମେତ ୮ଟି OTT ପ୍ଲାଟଫର୍ମର ସବସ୍କ୍ରିପସନ୍ ମଧ୍ୟ ଦିଆଯାଉଛି।

ଜିଓଫାଇବର ୨୭୯୯ ଟଙ୍କାର ପ୍ଲାନ୍

ତିନି ମାସର ବୈଧତା ବିଶିଷ୍ଟ ଏହି ଯୋଜନାରେ ୫୦୦Mbps ସ୍ପିଡରେ ଅସୀମିତ ଡାଟା ଦିଆଯାଉଛି। ଏଥିରେ Netflix, Amazon Prime ଏବଂ JioHotstar ସମେତ ୮ରୁ ଅଧିକ OTT ପ୍ଲାଟଫର୍ମର ସବସ୍କ୍ରିପସନ ଉପଲବ୍ଧ।

JioFiber ୫୯୯୪ ଟଙ୍କାର ପ୍ଲାନ୍

ଏହି ଯୋଜନାର ବୈଧତା ୬ ମାସ। ଏଥିରେ, ବୈଧତା ସମୟରେ ୧ Gbps ସ୍ପିଡରେ ଅସୀମିତ ଡାଟା ଏବଂ ଅସୀମିତ ଭଏସ୍ କଲିଂ ପ୍ରଦାନ କରାଯାଉଛି। ଏଥିରେ JioStar, Netflix ଏବଂ Amazon Prime ସମେତ ୮ରୁ ଅଧିକ OTT ପ୍ଲାଟଫର୍ମର ସବସ୍କ୍ରିପସନ୍ ମଧ୍ୟ ଉପଲବ୍ଧ।

ଜିଓଫାଇବର ୧୧୯୮୮ ଟଙ୍କାର ପ୍ଲାନ୍

ଏହି ଯୋଜନାର ବୈଧତା ଗୋଟିଏ ବର୍ଷ। ଏଥିରେ ମଧ୍ୟ ୧ Gbps ସ୍ପିଡରେ ଅସୀମିତ ଡାଟା ଏବଂ ଅସୀମିତ ଭଏସ୍ କଲିଂ ଯୋଗାଇ ଦିଆଯାଉଛି। ଏହି ଯୋଜନାଟି JioStar, Netflix ଏବଂ Amazon Prime ସମେତ ୮ରୁ ଅଧିକ OTT ପ୍ଲାଟଫର୍ମର ସବସ୍କ୍ରିପସନ ମଧ୍ୟ ପ୍ରଦାନ କରୁଛି।

BSNL ସୁପରଷ୍ଟାର ପ୍ରିମିୟମ୍ ପ୍ଲସ୍ ବ୍ରଡବ୍ୟାଣ୍ଡ ଯୋଜନା

ସରକାରୀ କମ୍ପାନୀ BSNL ମଧ୍ୟ କମ ମୂଲ୍ୟରେ ଭଲ ବ୍ରଡବ୍ୟାଣ୍ଡ ପ୍ଲାନ୍ ପ୍ରଦାନ କରୁଛି। କମ୍ପାନୀର ୯୯୯ ଟଙ୍କାର ପ୍ଲାନରେ, ୧୫୦Mbps ସ୍ପିଡରେ ୨ TB ଡାଟା ଦିଆଯାଉଛି। ଏହି ସୀମା ସମାପ୍ତ ହେବା ପରେ, ସ୍ପିଡ ହ୍ରାସ ପାଇ ୧୦ Mbps ଯାଏଁ ରହିବ। ଏହା ସହିତ, ଫିକ୍ସ କନେକସନ୍ ମାଧ୍ୟମରେ ଅସୀମିତ କଲିଂର ସୁବିଧା ଉପଲବ୍ଧ ରହିଛି। ଏହି ଯୋଜନା ସହିତ, Sony Liv Premium, ZEE5 ସମେତ ଅନେକ OTT ପ୍ଲାଟଫର୍ମର ସବସ୍କ୍ରିପସନ ମାଗଣାରେ ଦିଆଯାଉଛି।

Comments are closed.