Latest Odisha News

ହାଇ ପ୍ରୋଫାଇଲ ଲୁଟ୍‌ର ଡେମୋ ଦେଖାଇଲା ସ୍ପାଇଡର୍ ସତୀଶ

ଭୁବନେଶ୍ଵର: ଭୁବନେଶ୍ବରରୁ ହାଇ ପ୍ରୋଫାଇଲ ଲୁଟ୍‌ର ସିନ୍‌ ରିକ୍ରିଏସନ କଲା କମିଶନରେଟ ପୋଲିସ । ଧରାପଡ଼ିଥିବା ସ୍ପାଇଡର ସତୀଶକୁ ନେଇ ସିନ୍‌ ରିକ୍ରିଏସନ କରିଛି ପୋଲିସ । କିପରି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିଲା ସତୀଶ? କେଉଁ ପଟେ ଆସିଥିଲା? କିପରି ଲୁଟି ଚମ୍ପଟ୍‌ ମାରିଥିଲା? ସେ ସମସ୍ତ ବିଷୟରେ ସିନ ରିକ୍ରିଏସନ କରିଛି ପୋଲିସ ।

ସୂଚନ ଅନୁସାରେ, ଗତ ଜାନୁଆରୀ ୨୬ ତାରିଖ ରାତିରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ଘରେ ଚୋରି କରିଥିବା ଅଭିଯୋଗରେ ଗିରଫ ହୋଇଛି ସ୍ପାଇଡର ସତୀଶ । କଂଗ୍ରେସ ନେତାଙ୍କ ଘରୁ ସୁନା-ହୀରା ସହ ନଗଦ କିଛି ଟଙ୍କା ଲୁଟି ନେଇ ବିଶାଖାପାଟଣା ଚାଲିଯାଇଥିଲା ସ୍ପାଇଡର୍ । ଏନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା । ଶେଷରେ ବିଜୟଓ୍ୱାଡାରୁ ସ୍ପାଇଡରକୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ । ଗିରଫ ପରେ ଏବେ ଝାଡ଼ପଡ଼ା ଜେଲରେ ସତୀଶ ଥିବା ବେଳେ ସ୍ପାଇଡରକୁ ପାଞ୍ଚଦିନିଆ ରିମାଣ୍ଡରେ ଆଣି ଛାନ୍‌ଭିନ୍‌ ଜାରି ରଖିଛି କମିଶନରେଟ ପୋଲିସ । ଆଜି କମିଶନରେଟ୍‌ ପୋଲିସ ସ୍ପାଇଡରକୁ ନେଇ ନିରଞ୍ଜନଙ୍କ ଘରେ ସିନ୍ ରିକ୍ରିଏସନ୍‌ କରିଛି ।

ନାଁରେ ୭୦ରୁ ଅଧିକ ମାମଲା ଥିବା ବେଳେ ସେ ୧୨ଥର ଜେଲ ଯାଇଛି । ଗୁଗୁଲ ଓ ୟୁ ଟ୍ୟୁବରୁ ସତୀଶ କୋଟିପତି ଲୋକଙ୍କ ଠିକଣା ଠାବ କରୁଥିଲା ।ପୂର୍ବରୁ ୨୦୨୩ ମସିହାରେ ନୂଆପଲ୍ଲୀ ଥାନା ଭିଭିଆଇପି ଅଞ୍ଚଳରେ ଥିବା ଏଆରଏସଏସ ମାଲିକଙ୍କ ଘରେ ପଶି କଳାକନା ବୁଲାଇଥିଲା । ୫ ରାଜ୍ୟରେ କୋଟିପତିଙ୍କ ଘରୁ ସତୀଶ ୨ଶହ କୋଟିର ସଂପତ୍ତି ଲୁଟିଛି ବୋଲି ପୋଲିସ ସୂଚନା ଦେଇଛି ।

Comments are closed.