Latest Odisha News

BREAKING NEWS

ଅଫର୍ ଦେଖି ମହିଳା କଲେ ଓଠ ଅସ୍ତ୍ରୋପଚାର : ଏବେ ନିଜେ ନିଜକୁ ଚିହ୍ନି ପାରୁନାହାନ୍ତି

ଲସ୍ ଆଞ୍ଜେଲ୍ସ: ଆଜିକାଲି ସବୁ ମହିଳା ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । କିଏ ସର୍ଜରୀ କରୁଥିବା ବେଳେ ଆଉ କିଏ ଇଞ୍ଜେକ୍ସନ ନେଇଥାନ୍ତି । ନଚେତ୍ ବଜାରରେ ମିଳୁଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରିଥାନ୍ତି । ଯାହା ପରବର୍ତ୍ତୀ ସମୟରେ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ସେହିପରି ଜଣେ ମହିଳା ମାଗଣା ଅଫର ଦେଖିବା ପରେ ଓଠର ଅସ୍ତ୍ରୋପଚାର କଲେ, କିନ୍ତୁ ଅବସ୍ଥା ଏପରି ହୋଇଗଲା ଯେ ବର୍ତ୍ତମାନ ସେ ନିଜ ଚେହେରା ଦେଖି ନିଜକୁ ଚିହ୍ନି ପାରୁନାହାନ୍ତି । ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ତାଙ୍କ ଚେହେରା ବିକୃତ ହୋଇଯାଇଛି ।

ଲିପ୍ ସର୍ଜରୀ ହେଉଛି ଦୁନିଆର ସବୁଠାରୁ ଜଣାଶୁଣା ସୌନ୍ଦର୍ଯ୍ୟ ଚିକିତ୍ସା । ଏଥିରେ ଇଞ୍ଜେକ୍ସନ ଜରିଆରେ ଓଠର ଆକୃତିକୁ ପରିବର୍ତ୍ତନ କରାଯାଇଥାଏ । ଯଦି ଏହି ଅସ୍ତ୍ରୋପଚାର ଯତ୍ନର ସହକାରେ କରା ନ ଯାଏ, ତାହାହେଲେ ତାହା ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ । ଲସ୍ ଆଞ୍ଜେଲ୍ସରେ ରୁହନ୍ତି ୨୭ ବର୍ଷୀୟା ଯୁବତୀ ଜେସିକା ବୁର୍କୋ । ସେ ନିକଟରେ ସର୍ଜରୀ ସେଣ୍ଟରରେ ଅଫର ଥିବା ଦେଖିବାକୁ ପାଇଲେ । ମାଗଣା କସମେଟିକ୍ ସର୍ଜରୀର ଭୂତ ଏପରି ଥିଲା ଯେ ସେ ତାଙ୍କ ଓଠକୁ ସର୍ଜରୀ କଲେ । ହେଲେ ମାଗଣା କରିବାର ଲୋଭ ଏବେ ସେ ଭୋଗୁଛନ୍ତି । ଜେସିକା କହିଛନ୍ତି ଯେ, ସେ ପୂର୍ବରୁ ଥରେ ଏହି ପ୍ରକାର ଅସ୍ତ୍ରୋପଚାର କରିଥିଲେ । କିନ୍ତୁ ସେତେବେଳେ କୌଣସି ପ୍ରଭାବ ପକାଇ ନ ଥିଲା । ଏଥର କରିବା ହେତୁ ଓଠ ଲାଲ ହେବା ସହ ପୁରା ଚେହେରା ଫୁଲିଗଲା । ଏହି କେନ୍ଦ୍ରରେ ଡାକ୍ତର ମାଗଣାରେ ଅସ୍ତ୍ରୋପଚାର କରାଯାଉଛି ବୋଲି କହିଥିଲେ । ମୁଁ ସେମାନଙ୍କ କଥାକୁ ବିଶ୍ୱାସ କରି ତୁରନ୍ତ ଅସ୍ତ୍ରୋପଚାର କଲି । ହେଲେ ସେ ଠିକ୍ ଭାବେ ମୋର ଅସ୍ତ୍ରୋପଚାର କରି ନ ଥିଲେ । ମାଗଣାରେ କରିବାକୁ ଯାଇ ହିନସ୍ତା ହେବାକୁ ପଡ଼ିଛି । ଏହାକୁ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

Leave A Reply

Your email address will not be published.