Latest Odisha News

BREAKING NEWS

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡା ଅସୁସ୍ଥ, ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡା ସୋମବାର ଦିନ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତ କରାଯାଇଛି ।

ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡା ଆଚାର୍ଯ୍ୟ ବିନୋବା ଭାବେଙ୍କ ପାଇଲଟ୍ ଭାବେ ସୁପରିଚିତ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ବୈଦେହୀ ପଣ୍ଡା ଭୁବନେଶ୍ୱରର ହାଇଟେକ୍ ମେଡିକାଲ୍ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଗତ ମାସରେ ଗୋଡ଼ରେ ଅସ୍ତ୍ରୋପଚାର ପରେ ଶଯ୍ୟାଶାୟୀ ହୋଇଥିବା ୮୬ ବର୍ଷିୟା ବୈଦେହୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଗତ ତିନି ଦିନ ହେଲା ହାଇଟେକ୍ ମେଡିକାଲ୍ କଲେଜର କ୍ୟାବିନ ନମ୍ବର ୩୧୧ରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ ମାତ୍ର ୧୩ ବର୍ଷ ବୟସରେ ମାଆ ରମାଦେବୀ ଚୌଧୁରୀଙ୍କ ସହିତ ଜଡ଼ିତ ହୋଇଥିବା ବୈଦେହୀ ପଣ୍ଡା ମହାତ୍ମାଗାନ୍ଧୀଙ୍କ ସହିତ ତାଙ୍କ ଆଶ୍ରମରେ କାର୍ଯ୍ୟ କରିଥିଲେ।

Comments are closed.