Latest Odisha News

BREAKING NEWS

କଟକ: ସିଡିଏ ଅଞ୍ଚଳରେ ହାତୀ ଆତଙ୍କ

କଟକ : କଟକ ସ୍ଥିତ ସିଡିଏ ଅଞ୍ଚଳ ରେ ସୋମବାର ସକାଳୁ ହାତୀ ବୁଲୁଥିବା ନେଇ ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

 ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ସିଡିଏ ସେକ୍ଟର ୮ ଓ ୯ ଅଞ୍ଚଳରେ ହାତୀଟି ବୁଲୁଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ ଦେଖିବାକୁ ପାଇଥିଲେ । ଫଳରେ ଅଚାନକ ହାତୀକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।

ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ବନବିଭାଗ ପହଞ୍ଚି ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲା । ଏଥିସହିତ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ କରି ଦିଆଯାଇଥିବା ନେଇ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.