Latest Odisha News

ଅନ୍‌ଲାଇନ୍‌ ସପିଂ; ମଗେଇଥିଲେ ବିଲେଇ ଆସିଲା ବାଘ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ‌ରେ ଅନ୍‌ଲାଇନ୍‌ର ସପିଂର ଚାହିଦା ବୃଦ୍ଧି ପାଇଛି। ବିଶେ‌ଷ କରି ଲକ୍‌ଡାଉନ୍‌ରେ ଏହାର ବ୍ୟବହାର ଅଧିକ ବଢ଼ିଯାଇଛି। କରୋନା ଯୋଗୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଥିଲା।

ଏହି ସମୟରେ କିଣାକିଣି କରିବାର ସବୁଠୁ ଭଲ ଉପାୟ ଥିଲା ଅନ୍‌ଲାଇନ୍‌ ସପିଂ। ଯାହା ନିର୍ଦ୍ଧାରିତ ସମୟରେ ଏବଂ ସୁରକ୍ଷିତ ଭାବେ ଲୋକଙ୍କ ପାଖରେ ସାମଗ୍ରୀ ପହାଞ୍ଚାଇପାରୁଛି।

ତେବେ ଏଇ ଅନ୍‌ଲାଇନ୍‌ ସପିଂକୁ ନେଇ ଏକ ଚାଞ୍ଚଲ୍ୟକର ଘଟଣା ସାମ୍‌ନାକୁ ଆସିଛି। ନିକଟରେ ଫ୍ରାନ୍ସ ନର୍ମାଣ୍ଡିରେ ଥିବା ଏକ ଦମ୍ପତ୍ତି ଖବରକାଗଜରେ ବିଲେଇ ବିକ୍ରି ବିଜ୍ଞାପନ ଦେଖିଥିଲେ।

ଫରାସୀ ମୁଦ୍ରାରେ ଏହି ବିଲେଇର ମୂଲ୍ୟ ୬ ହଜାର ୟୁରୋ ଏବଂ ଭାରତୀୟ ମୁଦ୍ରାରେ ୫ ଲକ୍ଷ ଟଙ୍କା। ତେବେ ସେହି ଦମ୍ପତ୍ତି ବିଲେଇକୁ କିଣିବା ପାଇଁ ଅନ୍‌ଲାଇନ୍‌ରେ ଅର୍ଡର୍‌ ଦେଲେ। ଅର୍ଡର କରିବାର ଦିନକ ପରେ ଡେଲିଭରି ହୋଇଥିଲା।

ତେବେ ଘରକୁ ଡେଲିଭରି ପହଞ୍ଚିବା ପରେ ଦମ୍ପତ୍ତି ବାକ୍ସ କାଢ଼ି ଦେଖିବା ମାତ୍ରେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ବାକ୍ସ ଭିତରେ ବିଲେଇ ବଦଳରେ ଏକ ୩ ମାସର ବାଘ ଛୁଆ ଥିଲା। ତେବେ ଏହି ଘଟଣା ପ୍ରଘଟ ହେବା ପରେ ସୋସିଆଲ୍‌ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Comments are closed.