Latest Odisha News

BREAKING NEWS

କଟକ ଓ ଖୋର୍ଦ୍ଧା ପାଇଁ ୩୦ କୋଟିର ପ୍ୟାକେଜ

ଭୁବନେଶ୍ୱର: ଗଂଜାମ ପରେ ଆଜି ଦୁଇ ଜିଲ୍ଲା କଟକ ଓ ଖୋର୍ଦ୍ଧା ର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଜିଲ୍ଲାର ସ୍ଥିତି ସମୀକ୍ଷା ପରେ କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନେଇ କଟକ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୧୫କୋଟି ଟଙ୍କା ଲେଖାଏଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ଆଉ ୧୦୦ ଶଯ୍ୟାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି କଟକ ସ୍ଥିତ ଏସସିବି ମେଡ଼ିକାଲରେ ହେବ କୋଭିଡ଼ ପରିଚାଳନା ଓ ତାଲିମ କେନ୍ଦ୍ର । ରାଜ୍ୟରେ କୋଭିଡ଼ ସେବା ସହ ସଂପୃକ୍ତ କର୍ମଚାରୀଙ୍କୁ ତାଲିମ ଦିଆଯିବ। ଏଠାରେ ଡାକ୍ତର ଓ ପାରାମେଡ଼ିକାଲ କର୍ମଚାରୀ ତାଲିମ ନେବେ ବୋଲି ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ମନ୍ତ୍ରୀ ପ୍ରତାପ ଜେନା ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସ୍ଥିତି ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିଲେ । କଟକ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.