Latest Odisha News

BREAKING NEWS

ହୀତାଧିକାରୀଙ୍କୁ ମିଳିବ ୫ ମାସର ମାଗଣା ଚାଉଳ ଓ ଡାଲି

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ପାଇବେ ୫ ମାସର ମାଗଣା ଚାଉଳ ଓ ଡାଲି । କରୋନା ସଂକ୍ରମଣ ଏବଂ ଏହାର ମୁକାବିଲା ପାଇଁ ଲକଡାଉନ୍ ଓ ସଟଡାଉନ୍ ଗରିବ ଲୋକଙ୍କ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜୁଲାଇରୁ ନଭେମ୍ବର ଯାଏଁ ୫ ମାସ ମାଗଣାରେ ଡାଲି ଓ ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନର୍ଦ୍ଦେଶ ଦେଇଛନ୍ତି ।

ଏହାଦ୍ୱାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ପ୍ରତି ମାସରେ ମୁଣ୍ଡପିଛା ୫ କେଜି ଚାଉଳ ଆସନ୍ତା ୫ ମାସ ପାଇଁ ଯୋଗାଇ ଦିଆଯିବ । ସେହିପରି ପ୍ରତିମାସରେ ପରିବାର ପିଛା ୧ କିଲୋ ଡାଲି ମଧ୍ୟ ନଭେମ୍ବର ମାସ ଯାଏଁ ମାଗଣାରେ ମିଳିବ । ଏହାଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧାରୁ ବାଦ ପଡିଥିବା ଲକ୍ଷ ଲକ୍ଷ ହିତାଧିକାରୀମାନେ ଉପକୃତ ହୋଇପାରିବେ ।

Leave A Reply

Your email address will not be published.