ହାଇଦ୍ରାବାଦ: ହାଇଦ୍ରାବାଦ ପୋଲିସର ସାଇବର କ୍ରାଇମ ବ୍ରାଞ୍ଚ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ବିରୋଧରେ ବିବାଦୀୟ ଟ୍ୱିଟ ପାଇଁ ଫିଲ୍ମ ‘ରଙ୍ଗ ଦେ ବସନ୍ତୀ’ ଅଭିନେତା ସିଦ୍ଧାର୍ଥଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି ଯେ ସୋସିଆଲ ମିଡିଆରେ ସିଦ୍ଧାର୍ଥଙ୍କ ମନ୍ତବ୍ୟ ପରେ ଜଣେ ମହିଳା ଅଭିଯୋଗ ଆଣିଛନ୍ତି। ଆଇପିସିର ଧାରା ୫୦୯ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଛି।
ସାଇନା ନେହୱାଲ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଟୁଇଟ୍ କରିଥିଲେ। ତାଙ୍କ ଟ୍ୱିଟକୁ ସମାଲୋଚନା କରି ଅଭିନେତା ସିଦ୍ଧାର୍ଥ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯେଉଁଥିପାଇଁ ତାଙ୍କୁ କ୍ରମାଗତ ଭାବରେ ଟ୍ରୋଲ କରାଯାଉଥିଲା। ତେବେ ଏହି ମାମଲାକୁ ଦେଖି ସିଦ୍ଧାର୍ଥ ସାଇନାଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି।
Comments are closed.