Latest Odisha News

ନିମନ୍ତ୍ରଣ କରିବା ସତ୍ୱେ ବରଯାତ୍ରୀରେ ନ ନେବାରୁ ମାନହାନୀ କେସ କଲେ ସାଙ୍ଗ

ହରିଦ୍ୱାର: ନିମନ୍ତ୍ରଣ କରିବା ସତ୍ୱେ ବରଯାତ୍ରୀରେ ନ ନେବାରୁ ଅପମାନ ମନେ କରି ବର ବିରୋଧରେ ତାଙ୍କ ସାଙ୍ଗ ୫୦ ଲକ୍ଷ ଟଙ୍କାର ମାନହାନୀ କେସ କରିଛି । ଯାହାକି ଏ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି । ଚନ୍ଦ୍ରଶେଖର ପକ୍ଷରୁ କେସ କରିଥିବା ଓକିଲ ଅରୁଣ ଭଦୌରିଆଙ୍କ ମତରେ ଏହା ଦ୍ୱାରା ମୋର କ୍ଲାଏଂଟ ଏତେ ମାତ୍ରାରେ ମାନସିକ ଚାପରେ ପଡି ଯାଇଥିଲା ଯେ, ସେ ଆତ୍ମହତ୍ୟା କରିବା କଥା ଚିନ୍ତା କରିଥିଲା । ବାହାଘର ଦିନ ଯେଉଁ ସମୟରେ ବରଯାତ୍ରୀ ଆସିବା ପାଇଁ ରବି ପକ୍ଷରୁ କୁହାଯାଇଥିଲା ତା ପୂର୍ବରୁ ସେମାନେ ବରଯାତ୍ରୀ ନେଇ ପଳାଇ ଯାଇଥିଲେ । ଚନ୍ଦ୍ରଶେଖର ସେଠାରେ ପଂହଚିଲା ବେଳକୁ କେହି ନାହାନ୍ତି । ସେ ରବିଙ୍କୁ ଫୋନ କରିବାରୁ ସେ କହିଥିଲେ, ଆମେ ପଳାଇ ଆସିଲୁଣି । ତୁମର ଆବଶ୍ୟକତା ନାହିଁ ଘରକୁ ପଳାଇ ଯାଅ । ଏହା ଶୁଣିବା ପରେ ଚନ୍ଦ୍ରଶେଖର ଅପମାନ ମନେ କରିଥିଲା । ଘରକୁ ଆସି ନ ଖାଇ ନ ପିଇ ସେ ଶୋଇ ପଡିଥିଲା ।

ଓକିଲ ଅରୁଣ ଏହି ଖବର ଶୁଣିବା ପରେ ଚନ୍ଦ୍ରଶେଖରଙ୍କୁ ନ୍ୟାୟ ଦେବା ପାଇଁ ଅଂଟା ଭିଡିଥିଲେ । ସେ ରବିକୁ ଫୋନ କରି କହିଥିଲେ ୩ ଦିନ ମଧ୍ୟରେ ତୁମେ ସର୍ବସାଧାରଣରେ ଚନ୍ଦ୍ରଶେଖର କ୍ଷମା ନ ମାଗିଲେ ଆମେ ଆଇନର ଆଶ୍ରୟ ନେବୁ । ରବି କଥା ନ ଶୁଣିବାରୁ ଆମେ ମାନହାନୀ କେସ କଲୁ ବୋଲି ଅରୁଣ କହିଛନ୍ତି ।

Leave A Reply

Your email address will not be published.