Latest Odisha News

BREAKING NEWS

ଜାଣନ୍ତୁ, ଚିକ୍କଣ ଚେହେରା ଲାଗି ଟମାଟୋ କେତେ ଉପକାରୀ !

ଭୁବନେଶ୍ୱର: ସୁନ୍ଦର ତ୍ୱଚା କାହାକୁ ବା ପସନ୍ଦ ନୁହେଁ। ଏଥିପାଇଁ ଝିଅମାନେ ଦାମିଦାମୀ କସମେଟିକ୍ସର ବ୍ୟବହାର ମଧ୍ୟ କରିଥାଆନ୍ତି।

ଘରେ ଥିବା ଟମାଟୋକୁ ବ୍ୟବହାର କରି ଆପଣ ସୁନ୍ଦର, ଦାଗ ମୁକ୍ତ ଓ ଗୋରା ତ୍ୱଚା ପାଇପାରିବେ। ଟମାଟୋରେ ଥିବା ଫୋଲିକ ଏସିଡ଼, ଭିଟାମିନ ସି, ମିନେରାଲ୍ସ ତ୍ୱଚାକୁ ଗୋରା ଓ ସୁନ୍ଦର କରିଥାଏ। ଜାଣନ୍ତୁ କିଭଳି ଏହାର ବ୍ୟବହାର କରିବେ….

ଟମାଟୋ ଓ ଦହି:
୨ ଚାମଚ ଟମାଟୋ ରସରେ ୨ ଚାମଚ ଦହି ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ ଏହାକୁ ୨୦ ମିନିଟ ରଖନ୍ତୁ। ଏପରି ସପ୍ତାହକୁ ୨ଥର ଲଗାନ୍ତୁ। ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।

ଟମାଟୋ ଓ ମହୁ:
୨ ଚାମଚ ଟମାଟୋ ରସରେ ଏକ ଚାମଚ ମହୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ମୁହଁକୁ ଗୋରା ଓ ସୁନ୍ଦର କରିଥାଏ।

ଟମାଟୋ ଓ ଏଲୋବେରା ଜେଲ୍‍:
୨ ଚାମଚ ଟମାଟୋ ରସରେ ୧ ଚାମଚ ଏଲୋବେରା ଜେଲ୍‍ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହାକୁ ଲଗାଇବା ଦ୍ୱାରା ମୁହଁରେ ଥିବା ସମସ୍ତ ଦାଗ ଦୂର ହେବା ସହ ଆଖିତଳର କଳାଦାଗ ମଧ୍ୟ ଦୂର ହୋଇଥାଏ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖି ଧୋଇ ଦିଅନ୍ତୁ।

Comments are closed.