Latest Odisha News

BREAKING NEWS

ଆଜିଠୁ ୨୦୨୭ ପାଇଁ ପରୀକ୍ଷାମୂଳକ ଭାବେ ହେବ ଡିଜିଟାଲ ଜନଗଣନା

ଭୁବନେଶ୍ବର: ୨୦୨୭ ଜନଗଣନା ପାଇଁ ଆଜିଠୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଡିଜିଟାଲ ଜନଗଣନା । ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ କରିବେ ଏହି ଡିଜିଟାଲ ଜନଗଣନା । ଡିଜିଟାଲ ପ୍ରକ୍ରିୟାରେ ପେପର ନୁହେଁ ମୋବାଇଲ ଆପରେ ହେବ ଜନ ଗଣନା ।

ଭୁବନେଶ୍ୱର ମହାନଗର ନିଗମର ୨୨ ନମ୍ବର ୱାର୍ଡ, କଟକର ୧୭ ନମ୍ବର ୱାର୍ଡ, ନବରଙ୍ଗପୁରର ତେନ୍ତୁଲିଖୁଣ୍ଟି ଏବଂ ମୟୂରଭଞ୍ଜର ଠାକୁର ମୁଣ୍ଡାରେ ହେବ ପ୍ରାକ୍ ଡିଜିଟାଲ ଜନଗଣନା । ୩୦ ତାରିଖ ଯାଏଁ ଚାଲିବ ଗଣନା ।

ଜିଲ୍ଲା ଜନଗଣନା ତଥ୍ୟ ସମନ୍ବିତ ପୁସ୍ତକରେ ରହିବ ଗ୍ରାମ/ ସହର, ଜିଲ୍ଲାର ସମସ୍ତ ଭିଭିଭୂମି ଓ ନଗରୀୟ ସୁବିଧା । ବିସ୍ତୃତ ଜନସଂଖ୍ୟା ସମ୍ବନ୍ଧୀୟ ସାମାଜିକ ଓ ଅର୍ଥନୈତିକ ସୂଚନା ମଧ୍ୟ ଏଥିରେ ରହିବ ।

Comments are closed.