Latest Odisha News

BREAKING NEWS

ଦିଲ୍ଲୀ ହିଂସା: ନାଳରୁ ମିଳିଲା ଆଉ ୩ ମୃତଦେହ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ସାରା ଭାରତବାସୀଙ୍କୁ ଥରାଇ ଦେଇଛି । ହିଂସା ଥମି ଯାଇଥିବା ବେଳେ ହିଂସା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହି ହିଂସା ଘଟଣାରେ ଆଉ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗୋକୁଲପୁରି ଅଂଚଳର ଗୋଟିଏ ନାଳରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦିଲ୍ଲୀର…

୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବ୍ରାଉନ ସୁଗାର କାରବାରର ମାଷ୍ଟରମାଇଣ୍ଡ ଶେଖ୍ ସାଦିକ୍ ଓରଫ ଚୁଇଁ ଥିବା ଜଣାପଡିଛି । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ପ୍ରଥମ ଦିନରେ ଗଣିଲେ ମୋଟା ଅଙ୍କର ତଣ୍ଡ; ଟ୍ରକକୁ ୧ଲକ୍ଷ ୧୦ହଜାରର ଜରିମାନା

ରାୟଗଡା: ମାର୍ଚ୍ଚ ୧ରୁ ଟ୍ରାଫିକ ନିୟମ କଡାକଡି ହେବା ସହ ଜୋରଦାର ଧରପଗଡ ହୋଇଛି । ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ଯାନବାହାନର କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ନୂଆ ମୋଟରଯାନ ଆଇନକୁ ୩ ମାସ କୋହଳ କରିଥିଲେ ରାଜ୍ୟ ସରକାର । ତେବେ ଆଜିଠାରୁ…

ଦେଶ ବିରୋଧୀ ମନ୍ତବ୍ୟ ଦେଇ ଅଡୁଆରେ ଅଭିନେତ୍ରୀ ସ୍ୱରା ଭାସ୍କର

ମୁମ୍ବାଇ: ଅଡୁଆରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ଦେଶ ବିରୋଧୀ ମନ୍ତବ୍ୟ ଦେଇ ତାଙ୍କୁ ହଟହଟା ହେବାକୁ ପଡିଛି । ଲୋକଙ୍କୁ ଧର୍ମାନ୍ତିକରଣ କରିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି । ଏନେଇ କାନପୁର କୋର୍ଟରେ ସ୍ୱରା ଭାସ୍କରଙ୍କ ନାଁରେ ଏକ ପିଟିସନ ଦାଖଲ ହୋଇଛି । ଆବେଦନକାରୀ ବିଜୟ…

ଏସ୍‌ସିବିର ହେବ ନବକଳେବର, ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲେ ଅଭିଜ୍ଞ ଡାକ୍ତରୀ ଦଳ

ଭୁବନେଶ୍ୱର: କଟକ ଏସ୍‌ସିବିର ହେବ ନବକଳେବର । ବଡ ମେଡିକାଲକୁ ବିଶ୍ୱସ୍ତରୀୟ ଅନୁଷ୍ଠାନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏନେଇ ୧୦ ଜଣିଆ ପରାମର୍ଶ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଜ୍ଞ ଡାକ୍ତରୀ ଦଳଙ୍କୁ ନିଯୁକ୍ତ କରିଛନ୍ତି । ଏସ୍‌ସିବିକୁ ବିଶ୍ୱସ୍ତରୀୟ…

ଦିଲ୍ଲୀ ହିଂସାରେ ବିଏସଏଫ କନେଷ୍ଟବଳଙ୍କ ଘର ପୋଡି ଘଟଣା: ୧୦ ଲକ୍ଷର କ୍ଷତିପୂରଣ ଘୋଷଣା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଉତ୍ତର-ପୂର୍ବ ଦିଲ୍ଲୀ ହିଂସାରେ କ୍ଷତିଗ୍ରସ୍ତ ବିଏସଏଫ କନେଷ୍ଟବଳ ମହମ୍ମଦ ଅନିସଙ୍କୁ ୧୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ ଦିଲ୍ଲୀର ସାଂପ୍ରଦାୟିକ ହିଂସାରେ ତାଙ୍କ ଘର ପୋଡି ଦିଆଯାଇଥିଲା । ଏଥିରେ ତାଙ୍କ ପରିବାର ସଦସ୍ୟ ସୁରକ୍ଷିତ…

ବୃଦ୍ଧି ପାଇଲା ଦେଶର ଅର୍ଥବ୍ୟବସ୍ଥା; ଜାଣନ୍ତୁ କେତେ ରହିଛି ଜିଡିପି

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପାଇଁ ଏହା ଏକ ଭଲ ଖବର । ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାରରେ ଉନ୍ନତି ଆସିଛି | ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ ମାସରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୪.୭ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଦ୍ୱିତୀୟ ତ୍ରୟମାସିକ ମାସରେ ଦେଶର…

ଖେଲୋ ଇଣ୍ଡିଆ: ୨ଶହ ମିଟର ଦୌଡରେ ଦୂତିଙ୍କୁ ମିଳିଲା ସ୍ୱର୍ଣ୍ଣ

ଭୁବନେଶ୍ୱର: ପୁଣି ଚମକିଲେ ଦୌଡରାଣୀ ଦୂତି ଚାନ୍ଦ । ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ୨ଶହ ମିଟର ଦୌଡରେ ଦୂତିଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ । ଶହେ ମିଟର ପରେ ଆଜି ଦୁଇ ଶହ ମିଟର ଦୌଡରେ ଓଡ଼ିଶା ପାଇଁ ପୁଣି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଦୂତି ଚାନ୍ଦ । ୨୩.୬୬ ସେକେଣ୍ଡରେ ସେ ୨ଶହ ମିଟର…

ନିୟମ ଭାଙ୍ଗି ନାଲିଆଖି ଦେଖାଇଲେ ମହିଳା, କହିଲେ ଦେବିନି ଫାଇନ୍‌

ଭୁବନେଶ୍ୱର: ନିୟମ ଭାଙ୍ଗି ପୋଲିସକୁ ନାଲିଆଖି ଦେଖାଇଲେ ମହିଳା । ଗାଡି ଚେକିଂ ବେଳେ ରାଜମହଲ ଛକରେ ଦେଖିବାକୁ ମିଳିଛି କିଭଳି ଏଭଳି ଦୃଶ୍ୟ । ରଙ୍ଗରୁଟ୍ ଡ୍ରାଇଭିଂ ଚେକିଂ ବେଳେ ସେଠାରେ ଉତେଜନା ଦେଖାଦେଇଛି । ଭୁବନେଶ୍ୱର ରାଜମହଲ ଛକରେ ଜଣେ ମହିଳା ଚାଳକ ଆଜି ରଙ୍ଗରୁଟ୍‌ରେ ଆସୁଥିବା ବେଳେ…

‘ମୋ ବସ’ରେ ଲୁଟି ନେଲେ ଯାତ୍ରୀଙ୍କ ୪୪ ହଜାର ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରରେ ଶନିବାର ଦିନ ‘ମୋ ବସ’ର ଯାତ୍ରା କରିବା ସମୟରେ ଜଣେ ବ୍ୟବସାୟୀ ଲୁଟର ଶୀକାର ହୋଇଥିବା ନେଇ ଅଭିଯୋଗ ହୋଇଛି । ସରକାରଙ୍କ ଦ୍ୱାରା ପରିଚାଳିତ ମୋ ବସରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମ ଥିଲେ ମଧ୍ୟ କେହି ବ୍ୟକ୍ତି କରୁଣାକର ପ୍ରଧାନ ନାମକ ବ୍ୟବସାୟୀଙ୍କ ଠାରୁ…