Latest Odisha News

BREAKING NEWS

‘ମୋ ବସ’ରେ ଲୁଟି ନେଲେ ଯାତ୍ରୀଙ୍କ ୪୪ ହଜାର ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରରେ ଶନିବାର ଦିନ ‘ମୋ ବସ’ର ଯାତ୍ରା କରିବା ସମୟରେ ଜଣେ ବ୍ୟବସାୟୀ ଲୁଟର ଶୀକାର ହୋଇଥିବା ନେଇ ଅଭିଯୋଗ ହୋଇଛି ।

ସରକାରଙ୍କ ଦ୍ୱାରା ପରିଚାଳିତ ମୋ ବସରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମ ଥିଲେ ମଧ୍ୟ କେହି ବ୍ୟକ୍ତି କରୁଣାକର ପ୍ରଧାନ ନାମକ ବ୍ୟବସାୟୀଙ୍କ ଠାରୁ ୪୪୦୦୦ ଟଙ୍କା ଲୁଟି ନେଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ବ୍ୟବସାୟୀ ଜଣକ ତାଙ୍କ ବ୍ୟାଗ୍ ଫାୟାର ଷ୍ଟେସନରୁ ସମ୍ ହସ୍ପିଟାଲ ମଧ୍ୟରେ ଚୋରି ହୋଇଥିବା ନେଇ ଅନୁମାନ କରିଛନ୍ତି ।

“ମୁଁ ଗାଡି କିଣିବା ଲାଗି ଏହି ଟଙ୍କାକୁ ଉଧାର ଆକାରରେ ଆଣିଥିଲି । ବସରେ ଯାତ୍ରା କରିବା ବେଳେ ମୁୁଁ ଜାଣିପାରିଲିନାହିଁ ଯେ କିଏ ମୋ ବ୍ୟାଗ୍ ନେଇଗଲା । ସିସିଟିଭି ଫୁଟେଜରୁ ମଧ୍ୟ କିଛି ଜଣାପଡୁନଥିବା ବେଳେ ମୁଁ କେମିତି ମୋ ଟଙ୍କାପଇସା ଫେରିପାଇବି, ସେନେଇ ଖାଲି ଚିନ୍ତା କରୁଛି” ବୋଲି କୋହଭରା କଣ୍ଠରେ କହିଛନ୍ତି ସମ୍ପୃକ୍ତ ବ୍ୟବସାୟୀ ଜଣକ ।

Leave A Reply

Your email address will not be published.