Latest Odisha News

BREAKING NEWS

ପୋଷଣଯୁକ୍ତ ଖାଦ୍ୟର ଉପାଦେୟତା: ଆଦାନୀ ଫାଉଣ୍ଡେସନର ସଚେତନତା କାର୍ଯ୍ୟକ୍ରମ

ଧାମରା: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଦିଗରେ ପୁଷ୍ଟି ସମ୍ବନ୍ଧୀୟ ଉଚିତ ପରାମର୍ଶ ଦେବା ଲକ୍ଷ୍ୟ ନେଇ ସଚେତନତା କାର୍ଯ୍ୟକ୍ରମ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସେପ୍ଟେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି । ଏହି…

ସୁସ୍ମିତା ବାଗଚୀ, ଆକାଶ ଦାସନାୟକ ଓ ମାନସ ମଙ୍ଗରାଜଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ସୁସ୍ମିତା ବାଗଚୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି । ତାଙ୍କୁ ‘ମୋ ସ୍କୁଲ’ର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ସେହିପରି ଭାବେ ବିଜେଡ଼ି ନେତା ଆକାଶ ଦାସନାୟକଙ୍କୁ ‘ମୋ କଲେଜ’ର ଅଧ୍ୟକ୍ଷ ଏବଂ ମାନସ ମଙ୍ଗରାଜଙ୍କୁ…

ଆମ୍ରି ହସ୍ପିଟାଲସ ପକ୍ଷରୁ ବିଶ୍ୱ ଫିଜିଓଥେରାପି ଦିବସ ପାଳିତ

ଭୁବନେଶ୍ୱର: ଆମ୍ରି ହସ୍ପିଟାଲସ୍ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ଫିଜିଓଥେରାପି ଦିବସ ୨୦୧୯ ଉପଲକ୍ଷେ ଏକ କଂଟିନିଅସ୍ ଫିଜିଓଥେରାପି ଏଡୁକେସନ୍ (ସି.ପି.ଇ) କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଯେଉଁଥିରେ ଓଡ଼ିଶାର ସମସ୍ତ ଜିଲ୍ଲାର ୧୦୦ରୁ ଅଧିକ ପେସାଦାର ଫିଜିଓଥେରାପି ବିଶାରଦମାନେ ଅଂଶଗ୍ରହଣ…

ସଫଳତାର ସିଢି ଚଢି ଚାଲିଛନ୍ତି ରାନୁ ମଣ୍ଡଳ

ମୁମ୍ବାଇ: ପ୍ଲାଟଫର୍ମରୁ ବଲିଉଡରେ ପାଦ ଦେଇଥିବା ରାନୁ ମଣ୍ଡଳ ଚଢି ଚାଲିଛନ୍ତି ପାହାଚ ଉପରେ ପାହାଚ । ରାନୁଙ୍କୁ ବଲିଉଡରେ ବ୍ରେକ ଦେଇଥିବା ହୀମେଶ ରେଶମୀୟା, ତାଙ୍କ ଚଳଚ୍ଚିତ୍ରର ଆଉ ଏକ ଗୀତରେ କଣ୍ଠ ଦାନ କରିବାକୁ ରାନୁଙ୍କୁ ସୁଯୋଗ ଦେଇଛନ୍ତି । ହିମେଶଙ୍କ ସହ ତାଙ୍କର ଆଉ ଏକ ଗୀତର ଭିଡିଓ…

ଭଦ୍ରକରେ ନିୟମ ଉଲଂଘନ କଲେ ମିନି-ଭ୍ୟାନ ଡ୍ରାଇଭର୍, ୩୮,୫୦୦ଟଙ୍କା ଦେଲେ ଜୋରିମାନା !

ଭଦ୍ରକ: ଟ୍ରାଫିକ୍ ନିୟମ ଉଲଂଘନ କରି ଭଦ୍ରକରେ ଜଣେ ମିନି-ଭ୍ୟାନ ଡ୍ରାଇଭରଙ୍କୁ ୩୮,୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଛି । ମିଳିଥିବା ସୂଚନାନୁଯାୟୀ, ଚରମ୍ପାଠାରେ ଯାନବାହନ ଚେକିଂ ଚାଲିଥିବା ବେଳେ ଏହି ଡ୍ରାଇଭର ଜଣକ ଅନେକ ଟ୍ରାଫିକ୍ ନିୟମ ଉଲଂଘନ କରିଥିବା ଜଣାପଡ଼ିଥିଲା । ଗାଡ଼ି…

ସୋଆ ପକ୍ଷରୁ ସମ୍ ହସ୍ପିଟାଲରେ ଖୋଲାଯିବ ରୋଗ ନିରୂପଣ ଏବଂ ଗବେଷଣା କେନ୍ଦ୍ର

ଭୁବନେଶ୍ୱର: ଖୁବଶୀଘ୍ର ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବ୍ଲଡକ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ମଲିକୁ୍ୟଲାର୍ ଡାଏଗ୍ନୋଷ୍ଟିକ୍ ଏବଂ ରିସର୍ଚ୍ଚ ସେଣ୍ଟର ଖୋଲାଯିବ । ଏହାଦ୍ୱାରା…

ଇସ୍ରୋ ପଛରେ ସାରାଦେଶ, ଏହି କଠିନ ସମୟରେ ଛୁଟୁଛି ସମର୍ଥନର ସୁଅ

ନୂଆଦିଲ୍ଲୀ:: ବିଜ୍ଞାନରେ ନାହିଁ ବିଫଳତାର ସ୍ଥାନ । କେବଳ ପ୍ରୟୋଗ ଏବଂ ପ୍ରୟାସର ଏକ ପାନ୍ଥଶାଳା । ୧୬୦୦ ବୈଜ୍ଞାନିକଙ୍କ ଦିନରାତି ପରିଶ୍ରମ ସହ ୪୮ ଦିନ ସତର୍କତାର ସଙ୍ଘର୍ଷ ଯାତ୍ରା ପରେ ଗତକାଲି ରାତି ୧.୫୫ ମିନିଟ ୪୦ ସେକେଣ୍ଡରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ଥିଲା ଚନ୍ଦ୍ରଯାନ-୨ ।…

ଚାନ୍ଦ୍ରାୟଣ – ୨ ଅଭିଯାନ ୯୫ ପ୍ରତିଶତ ସଫଳ ହୋଇଛି: ଇସ୍ରୋ

ବେଙ୍ଗାଲୁରୁ: ଶୁକ୍ରବାର ରାତି ୧:୫୫ ରେ ଚନ୍ଦ୍ରାୟଣ- ୨ ଅଭିଯାନରେ ବ୍ୟବହୃତ ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ମୂହୁର୍ତ୍ତ ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ କରିଥିଲା । ଏଇଠି ସମାପ୍ତ ହୋଇଥିଲା ଚନ୍ଦ୍ରଯାନ - ୨ର ସମସ୍ତ ଅଭିଯାନ । ଇସ୍ରୋର ଅଧ୍ୟକ୍ଷ ଏହି ଯୋଗାଯୋଗ…

ଟ୍ରାଫିକ୍ ଜୋରିମାନାକୁ ନେଇ ରାଜଧାନୀରେ ତାତିଲେ ଜନସାଧାରଣ, ପୋଲିସର ଲାଠିଚାର୍ଜ !

ଭୁବନେଶ୍ୱର: ଟ୍ରାଫିକ୍ ଜୋରିମାନାକୁ ନେଇ ଆଜି ରାଜଧାନୀରେ ଉତ୍ତେଜିତ ଲୋକଙ୍କୁ ଘଉଡ଼ାଇବା ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି । ଯାହା ଜଣାପଡୁଛି, ଏହି ନୂଆ ଟ୍ରାଫିକ ନିୟମ ଯୋଗୁଁ ଚାଲାଣ ଆଦାୟରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏହା ପ୍ରଶାସନ ପ୍ରତି ବୁମେରାଂ ସାଜିଛି ।…