Latest Odisha News

BREAKING NEWS

ଦୀପାବଳୀକୁ ଦୃଷ୍ଟିରେ ରଖି ଗୁଣୁପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ରାୟଗଡା: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ଏହାକୁ ଦୃଷ୍ଟି ରେ ରଖି ଗୁଣୁପୁର ଉପଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀପାବଳୀ ସମୟରେ କିପରି ସୁରକ୍ଷିତର ସହ ବାଣ ଫୁଟାଇବ ଏବଂ ଏହା ଦ୍ବାରା ଜିଲ୍ଲାରେ ଯେପରି ପ୍ରଦୂଷଣ ମାତ୍ରା ବୃଦ୍ଧି ନପାଇବ…

ଅପରେସନ ହ୍ଵାଇଟ ସ୍ପାଇଡର: ନିଶା ଦ୍ରବ୍ୟ ବିକ୍ରି ଓ ସେବନକୁ ପ୍ରତିହତ କରିବା ପାଇଁ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜଧାନୀରେ ନିଶା ବେପାରୀଙ୍କ ପ୍ରତି କଠୋର ହେଉଛି କମିଶନରେଟ ପୋଲିସ। ନିଶା କାରବାର ବିରୋଧରେ ଅପରେସନ ହ୍ଵାଇଟ ସ୍ପାଇଡର ଆରମ୍ଭ କରି ଅଭ୍ୟାସଗତ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି । ଏହି କ୍ରମରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲାରେ ବିଭିନ୍ନ ନିଶା…

ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେବାର ୬ ଦିନ ପରେ ରଘୁବର ଦାସ ସୋମବାର ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ରଘୁବର ଦାସ ପ୍ରଥମ ଥର ପାଇଁ ରାଜଧାନୀ ଗସ୍ତରେ ଆସି ରାଷ୍ଟ୍ରପତି…

ଛତିଶଗଡରେ ବିଜେପି କହିଲା ୩୧୦୦ ଦେବି, କଂଗ୍ରେସ କହିଲା ୩୨୦୦ ଦେବି

ଭୁବନେଶ୍ୱର: ରାତି ପାହିଲେ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଯେଉଁ ୨୦ ଟି ବିଧାନସଭା କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ସେଠାରେ ପ୍ରଚାର ଶେଷ ହୋଇଛି। ମତଦାନ ହେବାକୁ ଥିବା ୨୦ ଟି ସିଟରେ ୨୨୩ ଜଣ ପ୍ରାର୍ଥୀ ଲଢେଇରେ ରହିଥିବାବେଳେ ୪୦…

‘ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା ଅଭିଯାନ’: ଘରେ ଘରେ ପହଞ୍ଚିବ ବିଶୁଦ୍ଧ ଏବଂ ନିରାପଦ ପାନୀୟ ଜଳ

ନୂଆଦିଲ୍ଲୀ: ଆଗାମୀ ୭ ନଭେମ୍ବରରୁ ସାରା ରାଜ୍ୟରେ ପାଳନ କରାଯିବ ଜଳ ଦୀପାବଳି। ଏହି ଦିନରୁ "ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା ଅଭିଯାନ"ର ଶୁଭାରମ୍ଭ ହେବାକୁ ଯାଉଛି। ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏହାର ପ୍ରମୁଖ ଯୋଜନା ଅଟଳ ମିଶନ ଫର ରିଜୁଭେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ…

ୟୁପିରୁ ଆଇଏସଆଇଏସ ସହ ଜଡିତ ୨ ଆତଙ୍କବାଦୀ ଗିରଫ, ଆପତ୍ତିଜନକ ସାମଗ୍ରୀ ଜବତ

ଲକ୍ଷ୍ନୌ: ଆତଙ୍କବାଦୀଙ୍କ ବିରୋଧରେ ଉତ୍ତରପ୍ରଦେଶ ପୋଲିସକୁ ବଡ଼ ସଫଳତା ମିଳିଛି । ଆଇଏସଆଇଏସ (ISIS) ସହ ଜଡିତ ଦୁଇ ଆତଙ୍କବାଦୀଙ୍କୁ ଆଲିଗଡରୁ ପୋଲିସ ଗିରଫ କରିଛି । ସେମାନଙ୍କଠାରୁ ଆଇଏସଆଇଏସ ସହ ଜଡିତ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । ଏ ସମ୍ପର୍କରେ ଉତ୍ତରପ୍ରଦେଶ…

କଂଗ୍ରେସକୁ ‘ଚାଲୁ’ ପାର୍ଟି କହି ଅଖିଳେଶ ଭାଙ୍ଗିଦେଲେ ‘ଇଣ୍ଡିଆ’ ମେଣ୍ଟ!

ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲଗାତର କଂଗ୍ରେସକୁ ଟାର୍ଗେଟ କରି ଚାଲିଛନ୍ତି। ମଧ୍ୟପ୍ରଦେଶରେ କଥା ଦେଇ ମେଣ୍ଟ ନ କରିବା ଯୋଗୁ ଲଗାତର କଂଗ୍ରେସକୁ ଆଟାକ କରି ଚାଲିଛନ୍ତି ଅଖିଳେଶ। ଏବେ କିନ୍ତୁ ଏହା ଚରମ ସୀମାରେ ପହଂଚିଛି। ଯାହାକି…

ବାଂଲାଦେଶ ସମ୍ମୁଖରେ ୨୮୦ ରନର ଟାର୍ଗେଟ ରଖିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଚାରିଥ ଆଶଲଙ୍କାଙ୍କ ଶତକ ବଳରେ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ଅନୁଷ୍ଠିତ ମୁକାବିଲାରେ ଶ୍ରୀଲଙ୍କା ୨୮୦ ରନର ଟାର୍ଗେଟ ବାଂଲାଦେଶ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୪୯.୩ ଓଭରରେ ୨୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଏକଦା ଶ୍ରୀଲଙ୍କା ୩୦୦ରୁ…

‘ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କୁ ହତ୍ୟା କରାଯାଇ ନାହିଁ, ପାଣିରେ ବୁଡି ମୃତ୍ୟୁ ଘଟିଛି’

ରାଉରକେଲା:  ରାଉରକେଲା  ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଲା ବଡ ଖବର । ସୁସ୍ମିତା ମିଞ୍ଜଙ୍କୁ ହତ୍ୟା କରାଯାଇ ନାହିଁ । ପାଣିରେ ବୁଡି ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ହାତରେ ଲାଗିଥିବା ଭିସେରା ରିପୋର୍ଟ ରହିଛି ଏପରି ତଥ୍ୟ । ଭିସେରା ରିପୋର୍ଟ  …

ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ଟାଇମ ଆଉଟ ହେଲେ ଆଞ୍ଜେଲୋ ମାଥ୍ୟୁସ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ କ୍ରିକେଟରେ ଶ୍ରୀଲଙ୍କା ଓ ବାଂଲାଦେଶ ମ୍ୟାଚରେ ଆଞ୍ଜେଲୋ ମାଥ୍ୟୁସ ପ୍ରଥମ ଖେଳାଳି ଭାବେ ଟାଇମ ଆଉଟ ହୋଇଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ଏହା ପୂର୍ବରୁ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଅମ୍ପାୟର ଏ ଭଳି ଆଉଟ ଦେଇ ନ ଥିଲେ । ମ୍ୟାଚର ୨୫ତମ ଓଭରରେ ସଦୀରା ସମରବ୍ରିକମା…