Latest Odisha News

BREAKING NEWS

ଭାଲୁ ଆକ୍ରମଣରେ ୪ ବନ କର୍ମଚାରୀ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ବିଜା ଖମନ ଜଙ୍ଗଲରେ ଭାଲୁ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ଆହାତ ହୋଇଛନ୍ତି । ଆହତଙ୍କୁ ନୂଆପଡ଼ା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ ଦିନ ତଳେ ଭାଲୁ ଆକ୍ରମଣରେ ବିରୁନପଦର ଗାଁର ୭୦ ବର୍ଷର ବୃଦ୍ଧଙ୍କ…

ଟମାଟୋ ଦାମ୍ ବଢ଼ିବା ପରେ କାନଫୁଲ ତିଆରି କରି ପିନ୍ଧିଲେ ଉର୍ଫି

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଉର୍ଫି କେତେବେଳେ ପିଜା ତ ଆଉ କେତେବେଳେ ଚୁଇଂଗମରେ ତିଆରି ପୋଷାକ ପିନ୍ଧୁଥିବା ନଜର ଆସନ୍ତି । କିଛି ଦିନ ତଳେ ସେ ନମକିନ୍ ପ୍ୟାକେଟରେ ପୋଷାକ ତିଆରି କରି ପିନ୍ଧିଥିଲେ । ଯାହାକୁ ଲୋକେ ଖୁବ୍…

କିସକୁ ଇଣ୍ଟରନ୍ୟାସନାଲ୍ ଗ୍ରୀନ୍ ଗାଉନ୍ ପୁରସ୍କାର

ଭୁବନେଶ୍ୱର: ସ୍ଥାୟିତ୍ୱରେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତିକରଣ ପାଇଁ କିସକୁ ସମ୍ମାନଜନକ ଇଣ୍ଟରନ୍ୟାସ୍‍ନାଲ୍‍ ଗ୍ରୀନ୍‍ ଗାଉନ୍‍ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ‘ଉଦୟ’ ପ୍ରକଳ୍ପ ପାଇଁ ଜୁଲାଇ ୧୭ ତାରିଖରେ ଜାତିସଂଘର ସ୍ଥାୟୀ ବିକାଶ ସମ୍ପର୍କିତ ଉଚ୍ଚସ୍ତରୀୟ ରାଜନୈତିକ ଫୋରମରେ…

ଯମୁନା ନଦୀକୁ ଶାନ୍ତ କରିବା ପାଇଁ ଯମୁନା ଆସିଲା ଶାଶୁ ଘରୁ: ଗାଁରେ ଚାଲିଛି ପୂଜାପାଠ

ହରିୟାଣା: ଚଳିତବର୍ଷ ଯମୁନା ନଦୀ ଅଶାନ୍ତ ହୋଇପଡ଼ିଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଯମୁନା ନଦୀର ପାଣି ପଶିଯାଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତଳିଆ ଅଞ୍ଚଳର ଲୋକେ ଜିନିଷପତ୍ର ଧରି ବନ୍ଧ ଉପରକୁ ଚାଲି ଆସିଛନ୍ତି ।…

ଆରବିଆଇ ପକ୍ଷରୁ କୁଇଜ୍ ପ୍ରତିଯୋଗିତା, ରୀତିକା ଓ ସଚ୍ଚିଦାନନ୍ଦ ରାଜ୍ୟ ଚାମ୍ପିଅନ୍

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଆର୍ଥିକ ସାକ୍ଷରତା ସପ୍ତାହ (FLW) ଆୟୋଜନ କରି ଆସୁଛି । ଯାହା ସାରା ଦେଶର ଜନସାଧାରଣଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବିଷୟ ବସ୍ତୁ ଉପରେ ଆର୍ଥିକ ଶିକ୍ଷାର ବାର୍ତ୍ତା ପ୍ରଚାର କରୁଛି । ଆର୍ଥିକ ଶିକ୍ଷା ପାଇଁ ଜାତୀୟ…

ଟଙ୍କା ନେଇ କପିଲଙ୍କ ଶୋ’କୁ ଆସନ୍ତି ଅକ୍ଷୟ କୁମାର, ମୁଁ ମାଗଣାରେ ଆସେ: ଏମିତି କିଛି କହିଲେ ଅନିଲ କପୁର

ମୁମ୍ବାଇ: ଟଙ୍କା ନେଇ କପିଲଙ୍କ ଶୋ’କୁ ଆସନ୍ତି ଅକ୍ଷୟ କୁମାର, ମୁଁ ମାଗଣାରେ ଆସେ । ଏହା କହିଛନ୍ତି ବଲିଉଡ଼ ଅଭିନେତା ଅନିଲ କପୁର । ଏପରି ମନ୍ତବ୍ୟ ଦେଇ ଅନିଲ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଛୋଟପରଦାର ସବୁଠୁ ଲୋକପ୍ରିୟ କମେଡ଼ି ଶୋ’ ହେଉଛି କପିଲ ଶର୍ମା ଶୋ’ । ଏହି ଶୋ’ ଖୁବ୍ ଶୀଘ୍ର…

ଦକ୍ଷତା ଏବଂ ଜ୍ଞାନ ବୃଦ୍ଧି ନିମନ୍ତେ ସୋଆରେ ଆରମ୍ଭ ହେବ ମାଇକ୍ରୋ କ୍ରେଡେନ୍ସିଆଲ୍ ପାଠ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ୧୭ ବର୍ଷରେ ପାଦ ଥାପିଥିବା ବେଳେ ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପ୍ରତିପାଦିତ କରିପାରିଛି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ଓ ଜ୍ଞାନର ବୃଦ୍ଧି ନିମନ୍ତେ ମାଇକ୍ରୋ କ୍ରେଡେନ୍ସିଆଲ ପାଠ୍ୟକ୍ରମ ସୋଆରେ…

ବର୍ଷ ବର୍ଷ ଧରି ଟାଇଟ୍ ମୁଦି ପିନ୍ଧିଥିଲେ ବ୍ୟକ୍ତି , ଅପରେସନ ପରେ ବାହାର କରାଗଲା

ଅନେକ ମହିଳା ଅଳଙ୍କାର ପିନ୍ଧିବାକୁ ପସନ୍ଦ କରିଥାନ୍ତି । ସେହିପରିି ଅଧିକାଂଶ ପୁରୁଷ ହାତରେ ରିଙ୍ଗ୍ ବା ମୁଦି ପିନ୍ଧିବାକୁ ଭଲ ପାଇଥାନ୍ତି । ତେଣୁ ସେମାନେ ବିଭିନ୍ନ ପ୍ରକାରର ମୁଦି ପିନ୍ଧିଥାନ୍ତି । ସେଥିମଧ୍ୟରୁ କିଛି ଲୋକ ବର୍ଷ ବର୍ଷ ଧରି ଆଙ୍ଗୁଠିରେ ମୁଦି ପିନ୍ଧିଥାନ୍ତି । ଲୋକେ ମୋଟା…

୫୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛି । ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୧୪୧ ରନରେ ବିଜୟ ହାସଲ କରିଥିବା ଭାରତ ଦ୍ୱିତୀୟ ଟେଷ୍ଟକୁ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିବ । ଏହି ମ୍ୟାଚ ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ୫୦୦ତମ ଆନ୍ତର୍ଜାତୀୟ ମ୍ୟାଚ ହେବ । ସଚିନ…

୩ ବର୍ଷର ଝିଅକୁ ହତ୍ୟା ପରେ ୭ ରାଜ୍ୟରେ ୧୦ ବର୍ଷର ଲୁଚକାଳି, ମହାରାଷ୍ଟ୍ରରୁ ଗିରଫ ହେଲା ପିଶାଚ ବାପା

ଭୁବନେଶ୍ୱର: ୩ ବର୍ଷର ଝିଅକୁ ମାରିଲା । ୧୦ ବର୍ଷ ଧରି ୭ ରାଜ୍ୟରେ ଲୁଚକାଳି ଖେଳିବା ପରେ ମହାରାଷ୍ଟ୍ରରୁ ଗିରଫ ହୋଇଛି ପିଶାଚ ବାପା । କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନିଜ ୩ ବର୍ଷର ଝିଅକୁ ହତ୍ୟା ଅଭିଯୋଗରେ ପ୍ୟାନ କାର୍ଡ ବ୍ୟବହାରକୁ ଟ୍ରେସ୍ କରି ଗିରଫ କରିଛି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ।…