Latest Odisha News

BREAKING NEWS

୫୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛି । ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୧୪୧ ରନରେ ବିଜୟ ହାସଲ କରିଥିବା ଭାରତ ଦ୍ୱିତୀୟ ଟେଷ୍ଟକୁ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିବ । ଏହି ମ୍ୟାଚ ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ୫୦୦ତମ ଆନ୍ତର୍ଜାତୀୟ ମ୍ୟାଚ ହେବ । ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ ଓ ରାହୁଲ ଡ୍ରାଭିଡଙ୍କ ପରେ ସେ ଚତୁର୍ଥ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିବେ । ସଚିନ ତାଙ୍କ କ୍ୟାରିୟରରେ ୬୬୪ ମ୍ୟାଚ, ଧୋନୀ ୫୩୮ ଓ ଡ୍ରାଭିଡ ୫୦୯ ମ୍ୟାଚ ଖେଳିଛନ୍ତି । ଅପରପକ୍ଷରେ ରବିଚନ୍ଦ୍ରନ ଅଶ୍ୱୀନ ଏହି ମ୍ୟାଚ ମାଧ୍ୟମରେ ଅନୀଲ କୁମ୍ବଲେଙ୍କ ଏକ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିବେ ।

ଅଶ୍ୱୀନ ୮ମ ଥର ପାଇଁ ୧୦ ଓ ତାଠାରୁ ଅଧିକ ୱିକେଟ ନେଇ କୁମ୍ବଲେଙ୍କ ସହ ସମକକ୍ଷ ହୋଇଛନ୍ତି । ଆଉ ଗୋଟିଏ ଥର ଏହି ସଫଳତା ହାସଲ କଲେ ତାଙ୍କ ରେକର୍ଡ ଅତିକ୍ରମ କରିବେ । ସେହିପରି କୁମ୍ବଲେ ଭାରତୀୟ ବୋଲରଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ୭୪ ୱିକେଟ ନେଇଛନ୍ତି । ଅଶ୍ୱୀନ ଆଉ ୩ଟି ୱିକେଟ ନେଲେ ତାଙ୍କୁ ପଛରେ ପକାଇବେ ।

Leave A Reply

Your email address will not be published.