Latest Odisha News

BREAKING NEWS

ଲାଞ୍ଚ ନେବାବେଳେ ଆକାଉଣ୍ଟାଣ୍ଟଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ ବିଭାଗ ବରିଷ୍ଠ ଆକାଉଣ୍ଟାଣ୍ଟ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ ହୋଇଛନ୍ତି । ଅବସରକାଳୀନ ଭତ୍ତା ସହ ସମସ୍ତ କାଗଜପତ୍ର କରିଦେବାପାଇଁ ସେ ଲାଞ୍ଚ ମାଗିଥିଲେ । ଏହି ଲାଞ୍ଚ ଟଙ୍କା ନେଉଥିବାବେଳେ ଧରିଲା ଭିଜିଲାନ୍ସ ।…

ଜୁଲାଇ ୧ରୁ ଅମରନାଥ ଯାତ୍ରା ଆରମ୍ଭ; ବାବାଙ୍କ ଫଟୋ ଜାରି

ଶ୍ରୀନଗର: ଜୁଲାଇ ୧ ତାରିଖରୁ ଯାତ୍ରା ଅମରନାଥ ଯାତ୍ରା ଆରମ୍ଭ ହେବ। ତା ପୂର୍ବରୁ ପ୍ରୁସ୍ତୁତି ଜୋର୍‌ସୋର୍‌ରେ ଜାରି ରହିଛି। ବାବା ଅମରନାଥଙ୍କର ଫଟୋ ମଧ୍ୟ ଜାରି ହୋଇଛି।ଫଟୋରେ ଗୁମ୍ଫା ଭିତରେ ପ୍ରାକୃତିକ ଉପାୟରେ ହୋଇଥିବା ବରଫ ଶିବଲିଙ୍ଗ ସ୍ପଷ୍ଟ ଦେଖାଯାଉଛି। କେବଳ ଶିବଲିଙ୍ଗ ନୁହଁନ୍ତି ମା…

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଘୋଷଣା : ଚାକିରିରେ ଥାଇ ମୃତ୍ୟୁ ହେଲେ ମିଳିବ ୧୦ଲକ୍ଷ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କୁ ଖୁସି କରିବା ପାଇ ବିଜେଡି ସରକାରର ବଡ ଘୋଷଣା । ଚାକିରିରେ ଥାଇ ମୃତ୍ୟୁ ବରଣ କଲେ ମିଳିବ ୧୦ ଲକ୍ଷ । ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଏ ସଂପର୍କିତ ପ୍ରସ୍ତାବକୁ…

ସହି ପାରିଲେନି ବାଲ୍ୟବନ୍ଧୁଙ୍କ ବିୟାେଗ, ଜୁଇକୁ ଡେଇଁ ଜୀବନ ହାରିଲେ

ଫିରୋଜାବାଦ: ବନ୍ଧୁ.. ସବୁ ସମ୍ପର୍କଠାରୁ ନିଆରା ସେ ସମ୍ପର୍କ । ସେ ସମ୍ପର୍କ ରକ୍ତର ନୁହେଁ । ହେଲେ ବନ୍ଧନ ପରିବାରଠାରୁ ବି ନିବିଡ । ଆକର୍ଷଣ ପ୍ରେମଠାରୁ ବି ଅଧିକ ।  ବନ୍ଧୁ ପାଇଁ ଜୀବନକୁ ବାଜି ଲଗାଇବାର ଅନେକ କାହାଣୀ ଶୁଣିଛେ । ଅନେକ ଫିଲ୍ମ ଦେଖିଛେ । ଅଳ୍ପ ବହୁତ ଉଦାହରଣ ବି ଆଖପାଖ…

ମୋଦିଙ୍କ ଜନସମ୍ପର୍କ ଅଭିଯାନ; ୫୦୦ ସଭା, ୫୧ ରାଲି

ନୂଆଦିଲ୍ଲୀ:କଂଗ୍ରେସର ଭାରତ ଯୋଡୋ ଯାତ୍ରା ପରେ ବିଜେପି ଜନସମ୍ପର୍କ ଅଭିଯାନ । ରାହୁଲ ସାରା ଦେଶ ବୁଲି ସମର୍ଥନ ସାଉଁଟିବା ଉଦ୍ୟମ କରିବା ପରେ ଏବେ ସେହି ରାସ୍ତାରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୯ ବର୍ଷ…

ଓଟିଟି ପ୍ଲାଟ୍‌ଫର୍ମ ପାଇଁ କଡ଼ା ହେଲା ନିୟମ; ଦେଖାଇବାକୁ ହେବ ତମାଖୁ ଚେତାବନୀ ବିଜ୍ଞାପନ

ନୂଆଦିଲ୍ଲୀ: ଓଟିଟି ପ୍ଲାଟ୍‌ଫର୍ମ ପାଇଁ କଡ଼ା ହେଲା ନିୟମ। ଏଣିକି ଓଟିଟି ପ୍ଲାଟ୍‌ଫର୍ମ ବି ତମାଖୁ ଚେତାବନୀ ବିଜ୍ଞାପନ ଦେଖାଇବା ବାଧ୍ୟାତମୁଳକ ହୋଇଛି।  ତମାଖୁ ଚେତାବନୀ ପାଇଁ ନୂଆ ନିୟମର ଅଧିସୂଚନା ଜାରି କରି କେନ୍ଦ୍ର ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅନ୍‌ଲାଇନ୍‌ କଣ୍ଟେଟ୍‌…

ଯୌନ ଶୋଷଣ ଅଭିଯୋଗ ଆଣିଥିବା ନାବାଳିକା ପ୍ରକୃତରେ ସାବାଳିକା; ବ୍ରିଜ ଭୂଷଣଙ୍କ ବିରୋଧରେ ହଟିପାରେ ପୋକ୍ସୋ ଆକ୍ଟ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଜଣେ ନାବାଳିକା କୁସ୍ତି ଯୋଦ୍ଧା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏଥିପାଇଁ ବ୍ରିଜ ଭୂଷଣଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲାଗିଛି। ହେଲେ ଏବେ ପୁଲିସରୁ ସୂଚନା ଜଣାପଡ଼ିଛି ଯେ ନାବାଳିକା ଜଣଙ୍କ…

ପ୍ରଧାନମନ୍ତ୍ରୀଙ୍କୁ ଯଦି ଭଗବାନଙ୍କ ସହ ବସାଇ ଦିଆଯାଏ, ତେବେ ସିଏ ତାଙ୍କୁ ବ୍ରହ୍ମାଣ୍ଡର ରହସ୍ୟ ବୁଝାଇ ଦେବେ; ରାହୁଲ…

ସାନ୍‌ଫ୍ରାନ୍ସିସ୍‌ସ୍କୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର(ମେ ୩୦) ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ସେ ସାନ୍‌ଫ୍ରାନ୍ସିସ୍‌କୋରେ ଆମେରିକାରେ ରହୁଥିବା ମୂଳ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ ତାଙ୍କର ଭାରତ ଯୋଡ଼ ଯାତ୍ରା କଥା କହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ…

ଆଜି ମହାପ୍ରଭୁଙ୍କ ରୁକ୍ମଣୀ ବିବାହ

ପୁରୀ : ଆଜି ମହାପ୍ରଭୁଙ୍କ ବିବାହ ଉତ୍ସବ । ସ୍ୱତନ୍ତ୍ର ନୀତିକାନ୍ତି ସହ ଶ୍ରୀମନ୍ଦିରରେ ପାଳିତ ହେବ ରୁକ୍ମଣୀ ବିବାହ । ସିଂହଦ୍ୱାର ସମ୍ମୁଖରେ ବାଜୁଛି ତେଲିଙ୍ଗୀ ବାଜା, କାହାଳୀ, ଢୋଲ ଆଦି ବାଜା । ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ତିଥିରେ ବିଧି ଅନୁସାରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ…

ବାହାରିଲା ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ; ପୁଅଙ୍କୁ ପଛରେ ପକାଇଲେ ଝିଅ

ଭୁବନେଶ୍ୱର: ବାହାରିଲା ଯୁ୍କ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରାଯାଇଛି । ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର…