Latest Odisha News

ମାଲେସିଆରେ ପ୍ରବାସୀ ଓଡ଼ିଆ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ମାଲେସିଆ: ବିଦେଶରେ ପାଳନ ହେଲା ଉତ୍କଳ ଦିବସ । ଓଡ଼ିଆ ଆସୋସିଏସନର ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା କୁଆଲାଲୁମପୁରର ଭାରତୀୟ ସାଂସ୍କୃତିକ ସେଣ୍ଟର ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାଲେସିଆ ସ୍ଥିତ ଭାରତୀୟ ଦୂତାବାସର କାଉନ୍ସେଲର ଶ୍ରୀମତୀ ଅମ୍ରିତା ଦାସ…

ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ପ୍ରିୟେ, ତୁ ମୋ ସିଏ ‘ : ପ୍ରଥମ ଥର ଅମ୍ଳାନ-ଏଲିନା ଯୋଡ଼ି

ଭୁବନେଶ୍ୱର : ପ୍ରେମ କେତେବେଳେ , କେଉଁଠି, କେମିତି ହୋଇଯାଏ ତାହା ସମସ୍ତଙ୍କୁ ଅଜଣା । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ବେଫିକର ହୋଇ ଗରୀବ ପୁଅକୁ ଦିଲ୍ ରେ ଜାଗା ଦେଇଛି ଜମିଦାରୀ ଝିଅ । ଏମିତି କାହିଁକି ହେଲା ? କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ…

ଭାରତକୁ ମୁଁ ବହୁତ ମିସ୍ କରୁଛି କହିଲେ ନିକ୍ : ଘର ଜ୍ୱାଇଁ ହେବାକୁ ପରାମର୍ଶ ଦେଲେ ପ୍ରଶଂସକ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ସ୍ୱାମୀ ନିକ୍ ଜୋନାସ ଝିଅକୁ ଧରି ଶୁକ୍ରବାର ଭାରତ ଆସିଛନ୍ତି । ମୁମ୍ବାଇରେ ପହଞ୍ଚିବାର ଗୋଟିଏ ଦିନ ପରେ ନିକ୍ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଭାରତ ପ୍ରତି ନିଜର ଭାବନା ପ୍ରକାଶ କରିଛନ୍ତି । ସେୟାର କରିଥିବା ଫଟୋଟି ଏକ ବାଲକୋନୀରେ…

କିନ୍ନର କାହିଁକି ମାରନ୍ତି ତାଳି, ସୁନ୍ଦର ଭାବେ ବୁଝାଇଲେ ଅଭିନେତ୍ରୀ ସୁସ୍ମିତା

ମୁମ୍ବାଇ: ସମୟ ବଦଳିବା ସହ କିନ୍ନରମାନଙ୍କ ଲାଇଫ ଷ୍ଟାଇଲରେ କିଛିଟା ପରିବର୍ତ୍ତନ ଆସିଛି । କିଛି ସ୍ଥାନରେ ଏମାନଙ୍କୁ ସଫଳତା ବି ମିଳିଲାଣି । ଇଣ୍ଟରନ୍ୟାଶନାଲ ଟ୍ରାନ୍ସଜେଣ୍ଡର ଡେ’ରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ରେକର୍ଡ଼ କରିଥିବା ଭିଡିଓକୁ ଏବେ ପୁଣି ସୋସିଆଲ ମିଡ଼ିଆରେ ସେୟାର…

ଶିଶୁ ଜିରାଫ୍‌କୁ ଖାଇବାକୁ ଦେବା ସହଜ ନୁହେଁ, ଜାଣନ୍ତୁ କ’ଣ କରିବାକୁ ହୁଏ

ଆମେ ସମସ୍ତେ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଯାଇଥାନ୍ତି । ସେଠାରେ ଥିବା ପଶୁପକ୍ଷୀମାନେ ଆମ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ହେଲେ କେବେ ଭାବିଛନ୍ତି ସେମାନଙ୍କ ଦେଖାଶୁଣା କରିବା କେତେ ବିପଜ୍ଜନକ ହୋଇଥାଏ । ଏବେ ସୋସିଆଲ ମିଡ଼ିଆରେ ପ୍ରାଣୀ ଉଦ୍ୟାନର ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ…

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସାଉଥ ସୁପରଷ୍ଟାର ବିଜୟ

ମାଡ୍ରାସ: ସାଉଥ ସୁପରଷ୍ଟାର ଥାଲାପଥି ବିଜୟ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପଦାର୍ପଣ କରିଛନ୍ତି । ପ୍ରଶଂସକମାନେ ଏଥିନେଇ ବେଶ ଖୁସି ଅଛନ୍ତି । ଏପରିକି ଦିନକ ମଧ୍ୟରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ୨ଲକ୍ଷରୁ ଊର୍ଦ୍ଧ୍ୱ ହୋଇ ସାରିଛି । ପ୍ରତ୍ୟେକ ଘଂଟାରେ ଏହା ବୃଦ୍ଧି…

କ୍ରିକେଟ ପଡିଆ ପାଲଟିଲା ରଣକ୍ଷେତ୍ର: ଅମ୍ପାୟାରଙ୍କୁ ଛୁରାମାଡ ପରେ ବ୍ୟାଟରେ ପିଟି ହତ୍ୟା

କଟକ: କ୍ରିକେଟ ପଡିଆ ପାଲଟିଲା ରଣକ୍ଷେତ୍ର । ସମସ୍ତଙ୍କ ସାମ୍ନାର ଘଟିଲା ହତ୍ୟାକାଣ୍ଡ । ସମସ୍ତେ ଦେଖୁଥିଲେ । ଅମ୍ପେୟାରଙ୍କୁ ଛୁରା ମାରି ଚାଲିଥିଲେ । ସେତିକିରେ ମନ ପୂରିଲାନି । ବ୍ୟାଟରେ ପିିଟି ପିଟି ଶେଷରେ ମାରିଦେଲେ । ଏମିତି ହୃଦୟ ବିଦାରକ ଘଟଣା ଘଟିଛି କଟକ ଚୌଦ୍ଵାର ଥାନା…

ଆଇପିଏଲ: ଷ୍ଟାଡିୟମ ଭିତରକୁ ଏହି ସବୁ ପୋଷ୍ଟର, ବ୍ୟାନର ନେବା ମନା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ଜ୍ୱର କ୍ରିକେଟପ୍ରେମୀଙ୍କ ପାଖରେ ବଢ଼ିବାରେ ଲାଗିଛି । କରୋନା ମହାମାରୀ ପରେ ଷ୍ଟାଡିୟମରେ ଦର୍ଶକ ଏଥର ଏହାକୁ ମନଭରି ଉପଭୋଗ କରିଛନ୍ତି । ତେବେ ରବିବାର ବିସିସିଆଇ ଏବଂ ଆଇପିଏଲ ଆୟୋଜକ କମିଟି ପକ୍ଷରୁ ପ୍ରଶଂସକମାନଙ୍କ କେତେକ ବ୍ୟାନର ଓ ପୋଷ୍ଟର ନେବା…

ଗଞ୍ଜେଇ ଧରିବାକୁ ଚଢ଼ାଉ ବେଳେ ମିଳିଲା ଚନ୍ଦନ କାଠ

କୋରାପୁଟ: ଗଞ୍ଜେଇ ଧରିବାକୁ ଧରପଗଡ଼ ବେଳେ ପୋଲିସକୁ ଚନ୍ଦନ କାଠ ମିଳିଛି । ବିଶେଷ ସୂତ୍ରରୁ ଖବର ପାଇଁ ମାଛକୁଣ୍ଡ, ଯଲାପୁଟ ଓ ଲମତାପୁଟ ପୋଲିସ ମିଳିତ ଭାବେ ଖିଲପୁଟ ଗାଁର ଖଗପତି ଖିଲଙ୍କ ଘରେ ଗଞ୍ଜେଇ ଥିବା ଖବର ପାଇ ରେଡ୍ କରିଥିଲେ । ହେଲେ ରେଡ୍ ବେଳେ ପୋଲିସକୁ ଗଞ୍ଜେଇ ପରିବର୍ତ୍ତେ…

ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ଜୟନାରାୟଣ: ବିଜେଡି

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏପ୍ରିଲ ପହିଲା ଦିନ ସାରା ଓଡ଼ିଶା ଉତ୍ସାହ ଓ ଉଦ୍ଦୀପନାର ସହ ଓଡ଼ିଶା ଦିବସ ପାଳନ କରୁଥିବା ବେଳେ ଏଭଳି ଏକ ପବିତ୍ର ଦିନରେ  ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ରେଳ ପ୍ରକଳ୍ପ ଘୋଷଣାକୁ ଏପ୍ରିଲ ଫୁଲ୍ ବୋଲି…