Latest Odisha News

BREAKING NEWS

ଏଥର ବିଶ୍ୱକପ ଯୋଗ୍ୟତା ପାଇଁ ଶ୍ରୀଲଙ୍କା ଖେଳିବ କ୍ୱାଲିଫାଇଂ ଟୁର୍ଣ୍ଣାମେଂଟ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ଦଳକୁ ଶକ୍ତ ଧକା ଲାଗିଛି । ୨୦୨୩ ଦିନିକିଆ ବିଶ୍ୱକପରେ ସିଧାସଳଖ ପ୍ରବେଶ କରିବାରେ ଦଳ ବିଫଳ ହୋଇଛି । ୧୯୮୧ରେ ଆଇସିସି ମାନ୍ୟତା ପାଇବା ପରେ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ଏ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛି । ପୂର୍ବ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କା ୧୯୭୯…

ଜେଲ୍‌ରୁ ମୁକୁଳିବେ ନବଜୋତ ସିଂହ ସିଦ୍ଧୁ; ସ୍ୱାଗତ ପାଇଁ ଗେଟ୍ ବାହାରେ କଂଗ୍ରେସ ନେତାଙ୍କ ଭିଡ଼

ପଟିଆଲା: ଆଜି(ଏପ୍ରିଲ ୧) ଜେଲ୍‌ରୁ ମୁକୁଳିବେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ତାଙ୍କୁ ସ୍ୱାଗତ କରିବା ପାଇଁ ପଟିଆଲା ଜେଲ୍‌ର ଗେଟ୍ ବାହାରେ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଅଛନ୍ତି। ଆଉ କିଛି ସମୟ ପରେ ସିଦ୍ଧୁ ଜେଲ୍‌ରୁ ବାହାରିବେ। ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ତାଙ୍କୁ…

ଉତ୍କଳ ଦିବସରୁ ୬ ନୂଆ ରୁଟରେ ଗଡିବ ‘ମୋ ବସ୍’

ଭୁବନେଶ୍ୱର:ଉତ୍କଳ ଦିବସ ପାଳନ ଅବସରରେ ଲୋକଙ୍କ ସୁବିଧା ପାଇଁ  କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ୬ଟି ନୂଆ ରୁଟରେ ମୋ ବସ ଗଡିବ ବୋଲି  ଘୋଷଣା କରାଯାଇଛି । ଷ୍ଟିଲ ସିଟି ରାଉରକେଲା ଏବଂ ତାର ଆଖପାଖ ସୁନ୍ଦରଗଡ ଅର୍ବାନ ଟ୍ରାନ୍ସପୋର୍ଟ ଅଞ୍ଚଳର ୬ଟି ନୂଆ ରୁଟରେ…

ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍‌ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ବହୁ ଚର୍ଚ୍ଚିତ ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରିବ । ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଆଜି(ଶନିବାର) କ୍ରାଇମବ୍ରାଞ୍ଚର ଏକ ଟିମ୍ ବଲାଙ୍ଗିର ଗସ୍ତ କରିବ ବୋଲି ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ଏହି ୫ ଜଣିଆ ଦଳର ନେତୃତ୍ବ ଡିଏସପି ଡି.ବି…

ହିନ୍ଦୁ ବିରୋଧୀମାନଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଆଗେଇ ଆସିଲା ଆମେରିକା; ପ୍ରସ୍ତାବ ପାରିତ

ତବଲିସି: ହିନ୍ଦୁ ବିରୋଧୀ ହିଂସାକୁ ରୋକିବାକୁ ଆଗେଇ ଆସିଲା ଆମେରିକା ରାଜ୍ୟ ଜର୍ଜିଆ। ବିଦେଶରେ ବୃଦ୍ଧି ପାଉଥିବା ହିନ୍ଦୁଫୋବିଆକୁ ରୋକିବାକୁ ବିଶ୍ୱର ପ୍ରଥମ ଆମେରିକା ରାଜ୍ୟ ଭାବେ ଜର୍ଜିଆ ବିଧାନସଭାରେ ଏକ ବିଧେୟକ ପାରିତ ହୋଇଛି। ଯେଉଁଥିରେ ହିନ୍ଦୁଫୋବିଆ ବା ହିନ୍ଦୁ ବିରୋଧୀ…

ବିଧାନସଭାରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପ୍ରତ୍ୟାହାର କଲେ ଓଡ଼ିଶା ସରକାର, ଜାଣନ୍ତୁ କାହିଁକି

ଭୁବନେଶ୍ବର : ରାଜ୍ୟ ସରକାର ଶୁକ୍ରବାର ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପ୍ରତ୍ୟାହାର କରିଛନ୍ତି । ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩ ସମେତ ଓଡ଼ିଶା ପଛୁଆ ବର୍ଗ ଆୟୋଗ (ସଂଶୋଧନ) ବିଲ୍ ୨୦୨୩ ଏବଂ ଓଡ଼ିଶା ନିୟୋଜିତ କ୍ଷତିପୂରଣ ଅଧିକାର (ସଂଶୋଧନ) ବିଲ୍ ୨୦୨୩କୁ ମଧ୍ୟ…

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ରାଜ୍ୟସଭା ସାଂସଦ ସଞ୍ଜୟ ରଉତଙ୍କୁ ହତ୍ୟା ଧମକ

ମୁମ୍ବାଇ: ଶିବସେନା ଉଦ୍ଧବ ବାଲାସାହେବ ଠାକରେ(ୟୁବିଟି) ନେତା ରାଜ୍ୟସଭା ସାଂସଦ ସଞ୍ଜୟ ରଉତଙ୍କୁ ହତ୍ୟା ଧମକ। ତାଙ୍କୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଛି। ଯେଉଁଥିରେ ଲେଖାଯାଇଛି- ତୋର ବି ମୁସେୱାଲା ଭଳି ଅବସ୍ଥା କରିଦେବି। ଅଭିଯୋଗ ଅନୁସାରେ ସଞ୍ଜୟଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଧମକ…

ମିଳିଲା ଆଶ୍ୱସ୍ତି; କମିଲା ଏଲପିଜି ଗ୍ୟାସ ଦର

ଭୁବନେଶ୍ୱର:କ୍ରମାଗତ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପରେ ଆଜି ଉପଭୋକ୍ତାଙ୍କୁ ମିଳିଛି ଆଶ୍ୱସ୍ତିର ଖବର । ୨୦୨୪ ଆର୍ଥିକ ବର୍ଷର ପ୍ରଥମ ଦିନରେ କମିଛି ଏଲପିଜି ଗ୍ୟାସ ଦର । ଆଜିଠାରୁ କମିବ କମର୍ସିଆଲ ଗ୍ୟାସ ଦର । ବ୍ୟାବସାୟିକ ସିଲିଣ୍ଡରର ଦର ୯୧.୫୦ ଟଙ୍କା ହ୍ରାସ ପାଇଛି । ହେଲେ ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ ସମେତ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରପୌଦୀ ମୁର୍ମୁ ମଧ୍ୟ ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ…

ଆଜି ଉତ୍କଳ ଦିବସ ; ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତି ଆଜି ବି ଉଜ୍ଜୀବିତ

ଭୁବନେଶ୍ୱର : ଆଜି ଉତ୍କଳ ଦିବସ । ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଆଜି ଉଜ୍ଜୀବିତ ହେଉଛି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତି । ଆଜିର ଦିନରେ  ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ମିଳିଥିଲା । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖକୁ…