Latest Odisha News

BREAKING NEWS

ମଶାଧୂପ ନେଇଗଲା ଗୋଟିଏ ପରିବାରର ୬ ଜୀବନ

ନୂଆଦିଲ୍ଲୀ: ମଶା ମରା କଏଲ ନେଇଗଲା ଗୋଟିଏ ପରିବାରର ୬ ଜୀବନ । ଏମିତି ଛାତିଥରା ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଶାସ୍ତ୍ରୀ ପାର୍କ ଇଲାକାରେ।  ପରିବାରର ସଦସ୍ୟ ଗୋଟିଏ ଘରେ ମଶାମରା କଏଲ ଲଗାଇ ଶୋଇ ପଡିଥିଲେ । କଏଲରୁ ନିଆଁ ଲାଗି ୨ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଅନ୍ୟ ୪…

ପର୍ଣ୍ଣଷ୍ଟାର୍‌ଙ୍କ ସହ ଅବୈଧ ସମ୍ପର୍କ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବାକୁ କୋର୍ଟଙ୍କ…

ୱାଶିଂଟନ ଡିସି: ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେଇ ମୁହଁ ଚୁପ କରାଇବା ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ। ଟ୍ରମ୍ପ ପର୍ଣ୍ଣଷ୍ଟାର ଡାନିଏଲ୍‌ ଷ୍ଟର୍ମଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ। ଏହାପରେ…

୨୦୨୩ରେ ସର୍ବାଧିକ କରୋନା ପଜିଟିଭ ଆଜି ଚିହ୍ନଟ; ସକ୍ରିୟ ସଂଖ୍ୟା ୧୫ ହଜାର ପାର୍

ନୂଆଦିଲ୍ଲୀ: ଲଗାତର ଦୁଇଦିନ ହେବ ଦେଶରେ କରୋନା ସଂକ୍ରମଣ ୩ ହଜାର ଉପରେ ରହୁଛି। ଗତକାଲି ଦୈନିକ ପଜିଟିଭ ସଂଖ୍ୟା ୩,୦୬୫ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩,୦୯୫ ସଂକ୍ରମିତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୦୨୩ରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ…

ଭିଡିଓ ଜାରି କରୁଛି କିନ୍ତୁ ଧରା ପଡୁନି ଅମୃତପାଲ: ଫେରାର ଯୋଜନା କରୁଛି କି ?

ନୂଆଦିଲ୍ଲୀ: ପଞ୍ଜାବ ପୋଲିସ ସହ ଯେମିତି ଲୁଚକାଳି ଖେଳୁଚି ଅମୃତପାଲ । ଭିଡିଓ ପରେ ଭିଡିଓ ଜାରି କରୁଛି  । ହେଲେ ପୋଲିସ ତାକୁ ଧରିପାରୁନି । ଅମୃତପାଲ ଦୁଇ ଦିନରେ ୨ଟି ଭିଡିଓ ଜାରି କରି କହିଛି, ସେ ପଳାତକ ନୁହେଁ । ବରଂ ବିଦ୍ରୋହୀ  । ସରକାରଙ୍କ ବିରୋଧରେ ବିଷୋଦଗାର କରି ସେ କହିଛି,…

ରାମନବମୀରେ ଦେଶରେ ବିଭିନ୍ନ ରାଜ୍ୟରେ ହିଂସା; ୭୪ ଗିରଫ, ୨୨ ଆହତ

ନୂଆଦିଲ୍ଲୀ: ଗତକାଲି(ମାର୍ଚ୍ଚ ୩୦) ରାମନବମୀ ଉତ୍ସବରେ ଦେଶରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିଶେଷ କରି ଗୁଜରାଟ, ପଶ୍ଚିମବଙ୍ଗ, ମହାରାଷ୍ଟ୍ରରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଅନେକ ସ୍ଥାନରେ ହିଂସାକାଣ୍ଡ ସହ ଜଳାପୋଡ଼ା ହୋଇଥିଲା। ସାରା ଦେଶରେ ହିଂସା କାରଣରୁ ୨୨ ଲୋକ…

ଛାତ ଉପରୁ ଖସି ପଡିଲେ ଡାକ୍ତରୀ ଛାତ୍ର; ଚାଲିଗଲା ଜୀବନ

ବାଲେଶ୍ୱର: ବଲାଙ୍ଗୀର ସହରରେ ଗତକାଲି ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା  । ଏହାର ୨୪ ଘଣ୍ଟା ପୂରିନି । ବାଲେଶ୍ୱରରେ ପୁଣି ଜଣେ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି । ଡାକ୍ତରୀ ଛାତ୍ର ଜଣକ ଛାତରୁ ଖସି ପଡି…

ମଧ୍ୟପ୍ରଦେଶ କୂଅ ଛାତ ଭୁଶୁଡିବା ଘଟଣା; ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରର ବେଲେଶ୍ୱର ମହାଦେବ ଝୁଲେଲାଲ୍ ମନ୍ଦିରରେ କୂଅ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ପୁଲିସ କୂଆ ଭିତରୁ ୩୫ ମୃତଦେହ ଉଦ୍ଧାର କରିଛି। ଇନ୍ଦୋର ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରରେ ଭିତରେ ଥିବା ଏକ କୂଅକୁ କଂକ୍ରିଣ୍ଟ ପଲସ୍ତରା ଦେଇ…

ଜମୁଛି ସାହିଯାତ: ଆଜି ଯଜ୍ଞରକ୍ଷା, ନାକକାନ ପ୍ରସ୍ତାବ ଓ ନିଶାଣ ଯାତ୍ରାରେ କମ୍ପିବ ପୁରୀର ଗଳି

ପୁରୀ:ଜମୁଛି ସାହିଯାତ । ଚିରାଚରିତ ଓ ପାରମ୍ପରିକ ହେଲେ ବି ଆଗ୍ରହ କମିନି କି ଉତ୍ସାହ ମରିନି । ପୁରୀରେ ଗଳିଗଳିରେ ସାହି ଲୋକ ଏବେ ବି ଚାହିଁଛନ୍ତି ସାହିଯାତକୁ ଦେଖିବା ପାଇଁ । ଶ୍ରୀରାମ ନବମୀ ତିଥିରେ ପୁରୀରେ ଆରମ୍ଭ ହୋଇଛି ସାହିଯାତ । ଗତକାଲି କାଳିକାଦେବୀ ସାହିରୁ ଆରମ୍ଭ ହୋଇଥିଲା…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୩ରୁ ଜାପାନ ଗସ୍ତରେ ଯିବେ

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ ମଧ୍ୟରେ ଏପ୍ରିଲ ୩ରୁ ରାଜ୍ୟ ପାଇଁ ପୁଞ୍ଜିନିବେଶ ପାଇଁ ଏକ ସପ୍ତାହ ପାଇଁ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୯ ତାରିଖରେ ସେ ନୂଆଦିଲ୍ଲୀ ଦେଇ ଭୁବନେଶ୍ୱର ଫେରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏପ୍ରିଲ ୩ରୁ…

ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବା ବେଳେ ଗଛରେ ପିଟି ହେଲା ବାଇକ୍; ୩ ମୃତ

ଓଡ଼ଗାଁ: ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବା ବେଳେ ବାଇକ ଗଛରେ ପିଟି ହେଇଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ଘଟିଛି ଓଡ଼ଗାଁ ଆଦର୍ଶ ଥାନା କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ। ମୃତକମାନେ ହେଲେ ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ପଞ୍ଚାୟତ ମହେଶ୍ୱରପୁର ଗ୍ରାମ ସ୍କୁଲ ସାହିର…